Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଚୀନକୁ ଟ୍ରମ୍ପଙ୍କ ଖୋଲା ଧମକ, କରୋନା ଉପରେ ଆମ ପ୍ରଶ୍ନର ଉତ୍ତର ଦିଅ ଅନ୍ୟଥା…

22/04/2020 at 4:55 PM

ଓ୍ଵାଶିଂଟନ ୨୨।୦୪: କରୋନା ଭାଇରସ୍‌ ମହାମାରୀକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା  ବଢିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ଧମକ ଦେଇ କହିଛନ୍ତି ଯେ, ଯଦି ସେ ଆମେରିକା ପ୍ରଶ୍ନର ଉତ୍ତର ନ ଦିଅନ୍ତି ତେବେ ଦୁଇ ଦେଶ ମଧ୍ୟରେ କାରବାର ସଂପର୍କ ଶେଷ ହୋଇଯିବ। ଉଲ୍ଲେଖନୀୟ ଚଳିତ ବର୍ଷ ଜାନୁଆରୀରେ ଆମେରିକା ଓ ଚୀନ ଟ୍ରେଡ ଓ୍ଵାର ଉପରେ ବିରାମ ଲଗାଇ ପ୍ରଥମ  ପର୍ଯ୍ୟାୟରେ ବ୍ୟବସାୟିକ ରାଜିନାମା ଉପରେ ହସ୍ତାକ୍ଷର କରିଥିଲେ। ଆମେରିକା ଆରମ୍ଭରୁ କରୋନା ପାଇଁ ବେଜିଂକୁ ଦୋଷୀ ମାନି ଆସିଛି। ଆମେରିକା ଏଜେନ୍ସି ଏହାର ସନ୍ଧାନରେ ଜୁଟିଛନ୍ତି ଯେ, କଣ ଚୀନ ଜାଣିଶୁଣି ସମଗ୍ର ଦୁନିଆରେ କରୋନାର ପ୍ରସାର କରିଛି।

ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଚୁକ୍ତି ପ୍ରାୟତଃ ସ୍ଥିର ହୋଇଛି, ଯାହାରି ଆଧାରରେ ଚୀନକୁ ୨୦୦ ବିଲିୟନ ଡଲାରର ଆମେରିକା ଉତ୍ପାଦ କ୍ରୟ କରିବାର ଅଛି। ମାତ୍ର ୟୁଏସ-ଚୀନ ଆର୍ଥିକ ଓ ସୁରକ୍ଷା ସମୀକ୍ଷା ଆୟୋଗ ଏକ ରିପୋର୍ଟରେ କହିଛନ୍ତି ଯେ, ଚୀନ ଏହି ରାଜିନାମାରେ ଏକ ସର୍ତ୍ତ ଯୋଡିଛି। ଏହା ହେଉଛି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟ ଅପ୍ରତ୍ୟାଶିତ ଘଟଣାର ସ୍ଥିତି ସମୟରେ ଦୁଇ ଦେଶ ମଧ୍ୟରେ କାରବାର ଆଲୋଚନା ପୁଣି ଥରେ ନୂତନ ଭାବେ ଆରମ୍ଭ ହେବ। ଏହି ବିଷୟରେ ହ୍ଵାଇଟ୍ ହାଉସ୍‌ରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି , ଯଦି ଚୀନ ଏମିତି ସର୍ତ୍ତ ଲାଗୁ କରେ ତେବେ ଆମେ ଚୁକ୍ତି ରଦ୍ଦ କରିଦେବୁ ଏବଂ ତାହା କରିବୁ, ଯାହା ମୁଁ ସବୁଠୁ ଭଲ କରେ।

ନିଜକ ପ୍ରଶଂସା କଲେ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ ଚୀନକୁ ଧମକ ଦେବା ସହ ନିଜର ପ୍ରଶଂସା ମଧ୍ୟ କରିଛନ୍ତି। ସେ ଏହା ପୁଣି ଥରେ ଦୋହରାଇଛନ୍ତି ଯେ, ସେ ରାଷ୍ଟ୍ରପତି ନିର୍ବାଚିତ ହେବା ପୂର୍ବରୁ ଚୀନ ଆମେରିକାକୁ ଲୁଟି ଚାଲିଥିଲା। ଚୀନକୁ ନେଇ ମୋ ପରି କେହି କଠୋରା ଆଭିମୁଖ୍ୟ ଆପଣେଇ ନାହାନ୍ତି।

ଉଲ୍ଲେଖନୀୟ ଟ୍ରମ୍ପ ୨୦୧୮ରେ ଚୀନ ସହିତ ବାଣିଜ୍ୟ ଲଢେଇ ଆରମ୍ଭ କରିଥିଲେ। ସେ ବେଜିଂରୁ ବଡ ପରିମାଣରେ କାରବାର ହ୍ରାସ କରିବାକୁ ଦାବି କରିଥିଲେ, ଯାହା ୨୦୧୭ରେ ଦୁଇ ଦେଶ ମଧ୍ୟରେ କାରବାର ୩୫୭.୬ ବିଲିୟନ ଡଲାର ଥିଲା। ଦୁଇ ଦେଶ ଅଦ୍ୟାବଧି ଅଧା ଟ୍ରିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଲଗାଇଛନ୍ତି।

   Related Posts