Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଟ୍ରମ୍ପଙ୍କ ଚେତାବନୀ: କରୋନା ସମ୍ବନ୍ଧୀୟ ତଥ୍ୟ ଲୁଚାଇଛି ଚୀନ, ପରିଣାମ ଭୋଗିବ

14/04/2020 at 1:46 PM

ଓ୍ୱାଶିଂଟନ, ୧୪|୦୪: କରୋନା ଭାଇରସ ସାରା ବିଶ୍ୱରେ ୧ ଲକ୍ଷ ୨୦ ହଜାରରୁ ଅଧିକ ଜୀବନ ନେଲାଣି । ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୧୯ ଲକ୍ଷ ଟପିଛି । ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଚୀନକୁ ଟାର୍ଗେଟ୍ କରିଛନ୍ତି । ଚୀନ ସମସ୍ତ ବିଶ୍ୱ ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ମିଛ କହିଛି । ଅନେକ ଭୁଲ ତଥ୍ୟ ଦେଇଛି । ଯାହାର ପରିଣାମ ସାରା ଦୁନିଆ ଭୋଗୁଛି । ଚୀନର ବୁହାନ ସହରରୁ ହିଁ କରୋନା ବ୍ୟାପିଛି ବୋଲି ଟ୍ରମ୍ପ କହିଛନ୍ତି ।

ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ କରୋନା ପାଇଁ ଚୀନ କାହିଁକି ଅସୁବିଧାର ସାମ୍ନା କରୁନି ବୋଲି ଟ୍ରମ୍ପଙ୍କୁ ପଚାରିଥିଲେ । ଏହାର ଉତ୍ତରରେ ସେ କହିଥିଲେ ଯେ, ଚୀନ ଅତିଶୀଘ୍ର ଏହାର ପରିଣାମ ଭୋଗିବ । ଚୀନ ଆପେ ଆପେ ଏହା ଜାଣିପାରିବ । ପରେ ସମସ୍ତେ ଜାଣିପାରିବେ । ଏନେଇ ସେ ସାମ୍ବାଦିକଙ୍କୁ କହିବେ ନାହିଁ ବୋଲି କହିଛନ୍ତି ।

ସିନେଟର୍ ଷ୍ଟିଭ୍ ଡିନ୍ସ କହିଛନ୍ତି ଯେ, ଆମେରିକା ସରକାର ଚୀନରୁ ସମସ୍ତ ଚିକିତ୍ସା ଉପକରଣ ରପ୍ତାନୀ, ଆମଦାନୀ ବନ୍ଦ କରିଦେଇଛନ୍ତି । ରିପବ୍ଲିକାନ୍ ପାର୍ଟିର ୪ଜଣ ସାଂସଦ ଚୀନରୁ ଆମେରିକା ଓୌଷଧ ଆମଦାନୀ ବନ୍ଦ କରୁବୋଲି ଏକ ବିଧେୟକ ଆଗତ କରିଥିଲେ । ଏହା ପୂର୍ବରୁ ଟ୍ରମ୍ପ ଚୀନ ବିରୋଧରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନରୁ ଫାଇଦା ନେବା ଅଭିଯୋଗ କରିଥିଲେ । ଯଦି ଚୀନ ନସୁଧୁରେ ତେବେ ଏହାର ପରିଣତି ଭୟାବହ ହେବ ବୋଲି ଟ୍ରମ୍ପ୍ ଚେତାବନୀ ଦେଇଥିଲେ । ଚୀନ ଦୀର୍ଘ ୩୦ ବର୍ଷ ଧରି ଆମେରିକାର ଫାଇଦା ନେଉଥିବା ସେ ଅଭିଯୋଗ କରିଥିଲେ ।

ପୂର୍ବରୁ ଟ୍ରମ୍ପ ଚୀନ କରୋନା ଭାଇରସ ବାବଦରେ ତଥ୍ୟ ଲୁଚାଇଥିବା ଲଗାତାର ଭାବେ ଅଭିଯୋଗ କରି ଆସୁଛନ୍ତି । ଯାହାର ପରିଣାମ ସାରା ଦୁନିଆ ଭୋଗୁଛି । ଏପରିକି ସେ କରୋନା ଭାଇରସକୁ ଚୀନ ଭାଇରସ ବୋଲି ମଧ୍ୟ କହିଥିଲେ ।

   Related Posts