ମୋଦୀଙ୍କୁ ଭେଟିବା ପରେ ମନା କଲେ ଟ୍ରମ୍ପ , କାଶ୍ମୀର ପ୍ରସଙ୍ଗରେ କ'ଣ କହିଲେ ଜାଣନ୍ତୁ

Published By : Prameya-News7 Bureau | August 26, 2019 IST

ବ୍ୟାଟରିଜ୍‌ - ଫ୍ରାନ୍ସରେ ଚାଲିଥିବା ଜି-୭ ସମ୍ମିଳନୀରେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଏହି ଅବସରରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଥିଲା । କାଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମସ୍ୟା ଏଥିରେ ବିଶ୍ୱ ସମୁଦାୟ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ମୋଦୀ କହିଛନ୍ତି ।
ଏହାପରେ କାଶ୍ମୀର ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ୟୁ ଟର୍ଣ୍ଣ ନେଇଛନ୍ତି । ଆଗରୁ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ କହୁଥିବା ଟ୍ରମ୍ପ ଏବେ ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମସ୍ୟା ବୋଲି କହିଛନ୍ତି । ସେ ଏବେ ଏଥିରେ ମଧ୍ୟସ୍ଥତା କରିବେ ନାହିଁ ବୋଲି କହିଛନ୍ତି ।ମୋଦୀ, କାଶ୍ମୀର ନିୟନ୍ତ୍ରଣରେ ରହିଥିବା କଥା ତାଙ୍କ ସୂଚନା ଦେଇଛନ୍ତି ।ଏବେ ସେ ଖୁବ୍‌ ଭଲ୍‌ କରିବେ ବୋଲି ଟ୍ରମ୍ପ କହିଛନ୍ତି ।
ସେମାନେ ବାଣିଜ୍ୟ, ବ୍ୟବସାୟ, ପ୍ରତିରକ୍ଷା ଓ ଅନେକ ଅଲଗା ଜିନିଷ ବିଷୟରେ ଆଲୋଚନା କରିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

ଏକ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଟ୍ରମ୍ପ ଏହି ସୂଚନା ଦେଇଛନ୍ତି ।ସେ ଗତ ରାତିରେ ମୋଦୀଙ୍କ ସହ ଆଲୋଚନା କରିଥିଲେ ।ଏଥିରେ ଭାରତ ସମ୍ପର୍କରେ ଅନେକ ସୂଚନା ପାଇଛନ୍ତି ବୋଲି କହିଛନ୍ତି ।

ପୂର୍ବରୁ ଆମେରାକିର ରାଷ୍ଟ୍ରପତି କାଶ୍ମୀରରେ ବିସ୍ଫୋରକ ପରିସ୍ଥିତି ଥିବା କଥା କହିଥିଲେ । ଏହି ପ୍ରସଙ୍ଗରେ ସେ ମଧ୍ୟସ୍ଥତା କରିବେ ବୋଲି ପ୍ରସ୍ତାବ ଦେଇଥିଲେ ।

ଜୁଲାଇମାସରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଆମେରିକାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭେଟିବା ପରେ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତାବ ଦେଇଥିବା କଥା ପ୍ରକାଶ କରିଥିଲେ । ମାତ୍ର ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା । ଏହା ଦ୍ୱିପାକ୍ଷିକ ସମସ୍ୟା ଏଥିରେ କୌଣସି ତୃତୀୟ ପକ୍ଷଙ୍କର ଆବଶ୍ୟକତା ନାହିଁ ବୋଲି ଭାରତ ରୋକ୍‌ଠୋକ୍‌ ଶୁଣାଇଥିଲା ।

ଅଗଷ୍ଟମାସରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ପୁଣିଥରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.