ଟ୍ୱିଟରରୁ ବ୍ୟାନ୍ ହେବା ପରେ, ଟ୍ରମ୍ପଙ୍କ ନୂଆ ନିଷ୍ପତ୍ତି, ନିଜେ ଆରମ୍ଭ କରିବେ ସୋସିଆଲ୍‌ ମିଡିଆ ସାଇଟ୍

Published By : Prameya-News7 Bureau | January 10, 2021 IST

ୱାଶିଂଟନ୍,୧୦/୦୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ସେଶିଆଲ୍‌ ମିଡିଆକୁ ଫୋରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏଥର କିନ୍ତୁ ସେ ନିଜର ଏକ ସାଇଟ୍ ଖୋଲି ଲୋକଙ୍କ ସହ ଯୋଡ଼ି ହେବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟକୁ ପାଖାପାଖି ୮୮ ମିଲିୟନ୍‌ ଲୋକ ଅନୁସରଣ କରୁଛନ୍ତି।

ସୂଚନା ଥାଉକି, ଆମେରିକାର ସଂସଦ (କ୍ୟାପିଟୋଲ ବିଲ୍ଡିଂ)ରେ ହୋଇଥିବା ହିଂସାକୁ ନେଇ ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦେଇଥିଲା । ଆଗକୁ ଟ୍ରମ୍ପ ହିଂସା ବଢ଼ାଇବାର ଆଶଙ୍କା କରି କମ୍ପାନୀ ଏପରି ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲା। ଟ୍ରମ୍ପଙ୍କର ଗୋଟିଏ ଭିଡିଓ ଏବଂ ତିନୋଟି ଟ୍ୱିଟ୍କୁ ହଟାଇ ଦେଇଥିଲା କମ୍ପାନୀ। ତାଙ୍କ ଆକାଉଣ୍ଟକୁ ରିଭ୍ୟୁ ପରେ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିଲା। ଏପରିକି ଟ୍ରମ୍ପ ବାରମ୍ବାର ନିୟମ ଭଙ୍ଗ କରୁଥିବା ଟ୍ୱିଟର ଅଭିଯୋଗ କରିବା ସହ ପୂର୍ବରୁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ କିଛି ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଥିଲା ଏବଂ କମ୍ପାନୀ ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିପାରେ ବୋଲି ଚେତାବନୀ ମଧ୍ୟ ଦେଇଥିଲା।

କିଛିଦିନ ତଳେ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ ମଧ୍ୟ କେଇ ଘଣ୍ଟା ପାଇଁ ବ୍ଲକ୍‌ କରିଦେଇଥିଲେ କମ୍ପାନୀ । ଟ୍ରମ୍ପଙ୍କ ନିର୍ବାଚନ ହାରିବା ଘଟଣାକୁ ବିରୋଧ କରି ଏବଂ ନିର୍ବାଚନ ଫଳାଫଳରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଥିଲେ ତାଙ୍କ ସମର୍ଥକ । ଏନେଇ ହ୍ୱାଇଟ ହାଉସ ଓ କ୍ୟାପିଟୋଲ୍‌ ବିଲ୍ଡିଂ ଆଗରେ ଅନେକ ସମର୍ଥକ ଧାରଣା ଦେଇଥିଲେ । ଉଭୟ ସ୍ଥଳରେ ପୋଲିସ ସହ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଓ୍ୱାଶିଂଟନ ଡିସିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଥିଲା । ଏପରିକି ହଙ୍ଗାମା ସ୍ଥଳରେ ହୋଇଥିବା ଗୁଳିମାଡ଼ରେ ଜଣେ ମହିଳାଙ୍କ ସମେତ ୪ଜଣଙ୍କ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.