ଶିଖ୍ ପୋଲିସ ଅଧିକାରୀଙ୍କ ନାଁରେ ନାମିତ ହେଲା ହୋଷ୍ଟନ୍‌ର ପୋଷ୍ଟ୍ ଅଫିସ, ନୂଆ ଆଇନକୁ ମୋହର ମାରିଲେ ଟ୍ରମ୍ପ

Published By : Prameya-News7 Bureau | December 22, 2020 IST

ନୂଆଦିଲ୍ଲୀ ୨୨/୧୨ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ହୋଷ୍ଟନ୍‌ର ଏକ ପୋଷ୍ଟ୍ ଅଫିସର ନାଁକୁ ଜଣେ ଭାରତୀୟଙ୍କ ନାଁରେ ନାମିତ କରିବାକୁ ସୁପାରିଶ କରିଛନ୍ତି । ଭାରତୀୟ ଶିଖ୍ ପୋଲିସ ଅଧିକାରୀ ସନ୍ଦୀପ ସିଂ ଢଲିୱାଲଙ୍କ ନାଁରେ ନାମିତ ହେବ ହୋଷ୍ଟନ୍‌ର ହୋଓ୍ବେଲ୍‌ ରୋଡ୍‌ରେ ଥିବା HR-5317 ପୋଷ୍ଟ ଅଫିସ୍ । ଏହି ନୂଆ ଆଇନକୁ ମୋହର ମାରିଛି ଆମରିକା କଂଗ୍ରେସ ।   

ସୂଚନା ଅନୁସାରେ, ବର୍ଷେ ପୂର୍ବରୁ ହୋଷ୍ଟନ୍‌ର ଏକ ଟ୍ରାଫିକ୍ ପୋଷ୍ଟରେ କାର୍ଯ୍ୟରତ ଶିଖ୍ ପୋଲିସ ଅଧିକାରୀ ସନ୍ଦୀପ ସିଂ ଢଲିୱାଲଙ୍କୁ ଆତତାୟୀମାନେ ଗୁଳିକରି ହତ୍ୟା କରିଥିଲେ । ସହିଦଙ୍କ ସ୍ମୁତିରେ ଆମେରିକା ସରକାର ହୋଷ୍ଟନରେ ଥିବା ଏକ ପୋଷ୍ଟ ଅଫିସକୁ ଢଲିୱାଲ ପୋଷ୍ଟ୍ ଅଫିସ୍ ନାମରେ ନାମିତ କରିଛନ୍ତି ।

ଦ୍ବିତୀୟ ଆମେରିକୀୟ ଭାରତୀୟ ଭାବେ କୌଣସି ଜଣେ ପୋଲିସ ଅଧିକାରୀଙ୍କ ନାଁକୁ ଆମେରିକାର ପୋଷ୍ଟ ଅଫିସ ନାମରେ ନାମିତ କରାଯଇଛି । ଏହା ପୂର୍ବରୁ ୨୦୦୬ ମସିହାରେ କାଲିଫର୍ଣ୍ଣିଆର ଏକ ପୋଷ୍ଟ୍ ଅଫିସକୁ ଆମେରିକାନ କଂଗ୍ରେସ ସଦସ୍ୟ ତଥା ଭାରତୀୟ ଆମେରିକୀୟ ଦଲୀପ ସିଂହଙ୍କ ନାଁରେ ନାମିତ କରାଯାଇଥିଲା ।

ସନ୍ଦୀପ ସିଂ ଢଲିୱାଲ ଭାରତରେ ଜନ୍ମଗ୍ରହଣ କରିଥିଲେ । ପରେ ସେ ତାଙ୍କ ପରିବାର ସହିତ ଆମେରିକାର ହୋଷ୍ଟନକୁ ସ୍ଥାନାନ୍ତର ହୋଇଯାଇଥିଲେ । ୨୦୧୫ ମସିହାରେ, ଢଲିୱାଲ ଟେକ୍ସାସର ପ୍ରଥମ ଶିଖ୍ ଆମେରିକୀୟ ଭାବେ ପୋଲିସ ମେଡାଲ ଗ୍ରହଣ କରିଥିଲେ । ତେବେ ହୋଷ୍ଟନ୍‌ର ପୋଷ୍ଟ ଅଫିସ ଢଲିଓ୍ବାଲଙ୍କ ନାଁରେ ନାମିତ ହେବା ପରେ ତାଙ୍କ ପିତା ପ୍ୟାରା ସିଂହ କହିଛନ୍ତି, ‘ପୁଅକୁ ଏପରି ସମ୍ମାନରେ ସମ୍ମାନୀତ କରିଥିବାରୁ କୃତଜ୍ଞତା ଜ୍ଞାପନ କରୁଛି’ । ଏହି ସମ୍ମାନ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.