Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ହ୍ଵାଇଟ୍ ହାଉସ୍‌ରେ ପଶିଲେ ବିକ୍ଷୋଭକାରୀ, ୫୦ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ଆହତ, ଟ୍ରମ୍ପଙ୍କୁ ଟେରର ଆଟାକ ବଙ୍କର ଭିତରକୁ ନେଇଗଲେ ସୁରକ୍ଷାକର୍ମୀ

1/06/2020 at 9:41 PM

ଓ୍ଵାଶିଂଟନ ୦୧।୦୬: ବର୍ଣ୍ଣ  ବିଦ୍ଵେଷ ନେଇ ଆମେରିକାରେ ଏବେ ନିଆଁ ଜଳୁଛି। ପୋଲିସ  ହେପାଜତରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ଆମେରିକାର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଏହି କ୍ରମରେ ହିଂସାକାଣ୍ଡର ଷଷ୍ଠ ଦିନରେ ହ୍ଵାଇଟ୍‌ ହାଉସ୍‌  ବାହାରେ ବିକ୍ଷୋଭକାରୀଙ୍କ ସହ ସଂଘର୍ଷ ବେଳେ ୫୦ ଜଣ ସିକ୍ରେଟ୍ ସର୍ଭିସ୍‌ ଏଜେଣ୍ଟ ଆହତ ହୋଇଛନ୍ତି।

ସିକ୍ରେଟ୍ ସର୍ଭିସ୍‌ ଏଜେଣ୍ଟଙ୍କ ଉପରେ ଆକ୍ରମଣର ସୂଚନା ମିଳିବା ମାତ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଙ୍କର ଭିତରକୁ ସୁରକ୍ଷାକର୍ମୀ ନେଇ ଯାଇଛନ୍ତି। ଓ୍ଵାଶିଂଟନ ଡିସିରେ ଏହି ବଙ୍କରକୁ ସାଧାରଣତଃ ଆତଙ୍କବାଦୀ ଆକ୍ରମଣ ସମୟରେ  ବ୍ୟବହାର କରାଯାଏ।

ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ସୁରକ୍ଷାକର୍ମୀ ଟ୍ରମ୍ପଙ୍କୁ ଅତ୍ୟାଧୁନିକ ଅପରେସନ କେନ୍ଦ୍ରକୁ ସୁରକ୍ଷିତ ଭାବେ ନେଇଥିଲେ। ଏଥିରେ ଅନ୍ତର୍ଭୁକ୍ତ ଜଣେ ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି, ବିକ୍ଷୋଭକାରୀଙ୍କ ଆକ୍ରମଣରେ ରବିବାର ରାତିରେ ଅନେକ ସିକ୍ରେଟ୍ ସର୍ଭିସ୍ ଅଫିସର ଆହତ ହୋଇଛନ୍ତି।

ସୂତ୍ର ଅନୁଯାୟୀ ଆନ୍ଦୋଳନକାରୀ ଆଇନ ଶୃଙ୍ଖଳା ଅଧିକାରୀଙ୍କ ଉପରକୁ ବୋତଲ ମାଡ କରୁଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର ଏବଂ ହିଂସାତ୍ମକ କରିବା ଲାଗି ପ୍ରେସିଡେଣ୍ଟ ପ୍ୟାଲେସ୍‌ ପାଖରେ ବିପୁଳ ପରିମାଣରେ ସାମଗ୍ରୀ ରଖାଯାଇଛି।

ଏହି ଘଟଣା ପରେ ୟୁଏସ ମାର୍ସାଲ୍ ଏବଂ ଡ୍ରଗ ଏନଫୋର୍ସମେଣ୍ଟ ଆଡମିନିଷ୍ଟ୍ରେସନ୍‌(DEA) ଏଜେଣ୍ଟକୁ ସହରରେ ଚାପଗ୍ରସ୍ତ ଥିବା ସୁରକ୍ଷା ଏଜେଣ୍ଟକୁ ସାହାଯ୍ୟ କରିବାକୁ ପଠାଯାଇଛି। ସାଂପ୍ରତିକ ସ୍ଥିତିରେ ଡି.ସିକୁ ସୁରକ୍ଷା ଦେଉଥିବା ଲୋକଙ୍କ ମଧ୍ୟରେ ସିକ୍ରେଟ୍ ସର୍ଭିସ୍‌ର ଏଜେଣ୍ଟ ସାମିଲ ଥିବା କୁହାଯାଉଛି।

ସ୍ଥିତି ଏମିତି ଉପୁଜିଥିଲା ଯେ, କିଛି ସମୟ  ହ୍ଵାଇଟ୍‌ ହାଉସ୍‌ର ଲାଇଟ୍‌ ବନ୍ଦ କରି ଦିଆଯାଇଥିଲା। କାରଣ ସିକ୍ରେଟ୍‌ ସର୍ଭିସ୍‌ ପ୍ରଦର୍ଶନକାରୀଙ୍କ ଉପରେ ନାଇଟ୍‌ ଭିଜିଅନ ଜରିଆରେ ନଜର ରଖିପାରିବେ। କେବଳ ଏତିକି ନୁହେଁ ନ୍ୟାସନାଲ ଗାର୍ଡକୁ ମଧ୍ୟ ହ୍ଵାଇଟ୍‌ ହାଉସ୍ ବାହାରେ ବିକ୍ଷୋଭକାରୀ ଏବଂ ଓ୍ଵାଶିଂଟନ ଡିସିରେ ଉତ୍ତେଜନାମୂଳକ ସ୍ଥିତିର ନିୟନ୍ତ୍ରଣ ଲାଗି ନିୟୋଜିତ କରାଯାଇଛି।

ମାତ୍ର ଏହା ସ୍ପଷ୍ଟ  ହୋଇ ନାହିଁ ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ କାହିଁକି ଭୂତଳ ବଙ୍କର ଭିତରକୁ ନିଆଗଲା। କିନ୍ତୁ ବିକ୍ଷୋଭକାରୀଙ୍କ ହିଂସାତ୍ମକ ପ୍ରଦର୍ଶନକୁ ଦେଖି ପ୍ରୋଟୋକଲ୍‌ ଅନୁସାରେ ରାଷ୍ଟ୍ରପତିଙ୍କୁ ବଙ୍କର ଭିତରକୁ ନିଆଯାଇଥିବା କୁହାଯାଉଛି।

ହ୍ଵାଇଟ୍‌  ହାଉସ୍‌ର ମୁଖପାତ୍ର ଜୁଡ୍ ଦିରେ କାହିଁକି ରାଷ୍ଟ୍ରପତିଙ୍କୁ ବଙ୍କର ଭିତରକୁ ନିଆଗଲା ସେ ନେଇ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ୯/୧୧ ଆତଙ୍କବାଦୀ ଆକ୍ରମଣ ସମୟରେ ସୁରକ୍ଷା ଦୃଷ୍ଟିରୁ ଉପ ରାଷ୍ଟ୍ରପତି ଡିକି ଚେନେୟକୁ ଏହି ବଙ୍କରରେ ରଖା ଯାଇଥିଲା। କାରଣ ଏକ ହାଇଜାକ୍‌ ବିମାନ ହ୍ଵାଇଟ୍‌ ହାଉସ୍‌ରେ ମାଡ ହେବାର ଆଶଙ୍କା ରହିଥିଲା। ଉଲ୍ଲେଖନୀୟ ଶୁକ୍ରବାର ଉଗ୍ର ବିକ୍ଷୋଭକାରୀଙ୍କୁ ଦୃଷ୍ଟିରେ ରଖି ହ୍ଵାଇଟ୍‌ ହାଉସ୍‌କୁ ଲକ୍‌ଡାଉନ୍‌ କରାଯାଇଥିଲା।

   Related Posts