Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଆମେରିକାରେ ମୃତ୍ୟୁର ତାଣ୍ଡବ ଚରୁଛି କରୋନା, କିନ୍ତୁ ଟ୍ରମ୍ପ୍ କହିଲେ ‘କ୍ୱାରେଣ୍ଟାଇନ୍ ଦରକାର ନାହିଁ’

29/03/2020 at 12:29 PM

ନ୍ୟୁୟର୍କ, ୨୯|୦୩ : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ମୃତ୍ୟୁସଂଖ୍ୟା ମଧ୍ୟ ଥମିବାର ନାଁ ନେଉନାହିଁ । ରବିବାର ସୁଦ୍ଧା ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୪, ୩୭୭ରେ ପହଁଚିଛି । ମୃତ୍ୟୁସଂଖ୍ୟା ମଧ୍ୟ ୨୧୯୦ ଛୁଇଁଛି ।

ସବୁଠାରୁ ଅଧିକ ମାମଲା ନ୍ୟୁୟର୍କରେ ସାମ୍ନାକୁ ଆସିଛି । ଏଠାରେ କରୋନା ୬୭୨ଟି ଜୀବନ ନେଇଛି । ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ନ୍ୟୁୟର୍କରେ ଟ୍ରାଭେଲ ଆଡଭାଇଜାରୀକୁ କଡାକଡି ପାଳନ କରିବାକୁ କହିଛନ୍ତି । ସେ ଟ୍ୱିଟରେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ଭାଇରସ ପାଇଁ କ୍ୱାରେଣ୍ଟାଇନର ଆବଶ୍ୟକତା ନାହିଁ । ଆଜି ରାତ୍ରରେ ଆମେରିକା ସରକାର ଭାରତରେ ଫଶି ରହିଥିବା ଆମରିକୀୟଙ୍କ ଉଦ୍ଧାର ପାଇଁ କଣ ବ୍ୟବସ୍ଥା କରାଯିବ ତାହା ଉପରେ ଆଲୋଚନା କରିବେ ।

ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଇୟାନ ବ୍ରାଉନଲୀ ଶୁକ୍ରବାର କହିଥିଲେ ଯେ,  ଭାରତରେ ଫଶିଥିବା ଆମେରିକୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବିଦେଶ ବିମାନ ସେବା ସହ ଆଲୋଚନା କରାଯାଇଛି ।ଭାରତ ଆମେରିକା ଉଭୟ ଦେଶର ଅନୁମତି ମିଳିବା ପାଇଁ କିଛି ସମୟ ଲାଗିବ । କାରଣ କରୋନା ଭାଇରସର ମହାମାରୀକୁ ମୁକାବିଲା ପାଇଁ ଭାରତ ସମସ୍ତ ବିମାନ ସେବାକୁ ରବ୍ଦ କରିଦେଇଛି ।

   Related Posts