ଭାରତରେ ଚାଇନା ଆପ୍‌ ବ୍ୟାନ୍‌ରେ ଆମେରିକା ଖୁସ୍‌, ଓ୍ୱାସିଂଟନ କହିଲା ଓ୍ୱେଲ୍‌କମ୍‌ : ଟ୍ରମ୍ପଙ୍କ ରିଆକ୍ସନ‘ମୋର ବେଜିଂ ଉପରେ ବହୁତ ରାଗ’

Published By : Prameya-News7 Bureau | July 02, 2020 IST

ଓ୍ୱାସିଂଟନ ୦୨।୦୭: ସାରାବିଶ୍ୱରେ ଏବେ ଚୀନ୍‌ ବିରୋଧୀ ସ୍ୱର । ଗୋଟିଏ ପଟେ କରୋନା ଭାଇରସ ନେଇ ପ୍ରକୃତ ତଥ୍ୟ ଲୁଚାଉଥିବା ବେଳେ ଅନ୍ୟ ପଟେ ନିଜ ଦେଶର ସୀମାକୁ ଲାଗି ରହିଥିବା ରାଷ୍ଟ୍ରମାନଙ୍କ ସହିତ ବିବାଦ ।ଯାହାକୁ ନେଇ ଏବେ ସାରାବିଶ୍ୱରର ନଜର ବେଜିଂ ଉପରେ ରହିଛି । ଏହାମଧ୍ୟରେ ଭାରତ ସରକାର ଚୀନ୍‌ର ୫୯ ଆପ୍‌କୁ ଦେଶରେ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଯାହାକୁ ଆମେରିକା ପୂର୍ଣ୍ଣମାତ୍ରାରେ ସମର୍ଥନ କରିଛି। ସେହିପରି ପୁଣି ଥରେ ଚୀନ୍‌ ବିରୋଧରେ ନିଜର ଥିବା କ୍ରୋଧ ମନୋଭାବକୁ ପୁଣି ଥରେ ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ  ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ପୁରା ଦୁନିଆରେ କରୋନା ଭାଇରସର ପ୍ରସାରରେ ଚୀନ୍‌ରୁ ଭୂମିକା ରହିଛି । ସାରାବିଶ୍ୱରେ ଏହି ଭାଇରସର ପ୍ରସାର କରିବାରେ ଚୀନ୍‌ ଉପରେ ଥିବା ମୋର ରାଗ ଦିନକୁ ଦିନ ବଢିଚାଲିଛି । ଟ୍ରମ୍ପଙ୍କ ଏହି ବୟାନ ଏପରି ସମୟରେ ଆସିଛି । ଗୋଟିଏ ପଟେ ଭାରତର ଚୀନ୍‌ ଆପ୍‌ ବ୍ୟାନ୍‌ ଆମେରିକା ସମର୍ଥନ କରିସାରିଛି । ଆମେରିକା ପକ୍ଷରୁ ଏହା ମଧ୍ୟ କୁହାଯାଇଥିଲା ଯେ, ଭାରତର ଏହି ନିଷ୍ପତ୍ତି ଦେଶର ହିତ ପାଇଁ , ତେଣୁ ଆମେ ଭାରତର ଏହି ପଦକ୍ଷେପକୁ ସ୍ୱାଗତ କରୁଛୁ ।

wp:html /wp:html

ଆମେରିକା ପକ୍ଷରୁ ଲଗାତର ଭାବେ ଚୀନ୍‌ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଓ ଦାବି କରୁଥିବା ବେଳେ ଟ୍ରମ୍ପ ମଙ୍ଗଳବାର ଦିନ ଟ୍ୱିଟ୍‌ କରି କହିଛନ୍ତି ଯେ, ଆମେରିକାକୁ ବହୁତ କ୍ଷତି ହୋଇଛି । ଯେପରି ଭାବେ କରୋନା ମହାମାରୀ ସାରାବିଶ୍ୱରେ ବ୍ୟାପିବାର ଲାଗିବାରେ ଦେଖୁଛି , ସେତେବେଳେ ମୋତେ ଚୀନ୍‌ ଉପରେ ଆହୁରି ଅଧିକ ରାଗ ଆସୁଛି । ସାଧାରଣ ଲୋକ ଏହିସବୁ ପ୍ରକାର ଜିନିଷ ଦେଖିପାରିବେ, କିନ୍ତୁ ମୁଁ ଏହାକୁ ଅନୁଭବ କରିପାରୁଛି ।

ଆମେରିକା ରାଷ୍ଟ୍ରପତିଙ୍କ ଏଭଳି ଟ୍ୱିଟ ବ୍ୟତୀତ ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଅ ମଧ୍ୟ ଚୀନ୍‌ ସମ୍ପର୍କିତ ଆପ୍‌ ବ୍ୟାନ୍‌କୁ ବା ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ବୁଧବାର ଦିନ ପମ୍ପୋଅ କହିଥିଲେ ଯେ, ଭାରତର ନିଷ୍ପତ୍ତିକୁ ଆମେ ସ୍ୱାଗତ କରିଛୁ । ଭାରତର ଅଖଣ୍ତତା ଓ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେବା ଉଚିତ । ଯାହାକି ସ୍ୱାଗତଯୋଗ୍ୟ । ସେହିପରି କିଛି ମୋବାଇଲ  ଆପ୍‌କୁ ଭାରତର ପ୍ରତିବନ୍ଧକକୁ ସ୍ୱାଗତ କରାଯାଉଛି । ଯେପରି କିଛି ଭାରତରେ ବ୍ୟବହାର କରାଯାଉଥିବା କିଛି ଆପ୍‌କୁ (ଚୀନି କମ୍ୟୁନିଷ୍ଟ ପାର୍ଟ)ର ତଦାରଖ କରୁଛି ବୋଲି ପମ୍ପୋଅ କହିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୧୫ତାରିଖର ଘଟଣା ପରଠାରୁ ଚୀନ୍‌ ଓ ଭାରତ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଗୋଟିଏ ପଟେ ସୀମାରେ ଶାନ୍ତି ପାଇଁ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ଚାଲୁଥିବା ବେଳେ ଚୀନ୍‌ ସୀମାରେ ଅଧିକ ସୈନ୍ୟ ମୁତୟନ କରିବାରେ ଲାଗିଛି । ଏପଟେ ଭାରତ ମଧ୍ୟ ଚୀନ୍‌ର ୫୯ଟି ଆପ୍‌କୁ ଦେଶରେ ବ୍ୟବହାର ଉପରେ କଟକଣା ଜାରି କରିଛି ।ଯାହାକୁ ସହଜରେ ହଜମ କରିପାରୁନି ବେଜିଂ । ଭାରତର ଏଭଳି ନିଷ୍ପତ୍ତିକୁ ବେଜିଂ କହୁଛି ଏହା ଆନ୍ତର୍ଜାତୀୟ ଆଇନ୍‌ର ଉଲ୍ଲଂଘନ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.