'ପ୍ରଥମ ମହିଳା ରାଷ୍ଟ୍ରପତି ହୋଇପାରିବେ ନାହିଁ କମଲା ହାରିସ, ଏହା ଅମେରିକା ପାଇଁ ଅପମାନ'-ଟ୍ରମ୍ପ

Published By : Prameya-News7 Bureau | September 09, 2020 IST

ଓ୍ବାଶିଂଟନ୍ ୦୯/୦୯: ଆମେରିକାରେ ନିର୍ବାଚନ ରାଜନୀତି ଜୋର ଧରିଛି। ଏହା ସହ ପରସ୍ପରକୁ ସମାଲୋଚନା କରିବାକୁ କେହି ପଛଉ ନାହାନ୍ତି। ଏହି କ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡେମୋକେଟ୍ରିକ ପ୍ରାର୍ଥୀଙ୍କ ଉପରେ ଜୋରରେ ବର୍ଷିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ଉପରାଷ୍ଟ୍ରପତି ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ କମଲା ହାରିସଙ୍କୁ ଟାର୍ଗେଟ କରିଛନ୍ତି। ଲୋକ କମଲା ହାରିସଙ୍କୁ ପସନ୍ଦ କରନ୍ତି ନାହିଁ। ସେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇ ପାରିବେ ନାହିଁ। ଏହା ଆମ ଦେଶ ପାଇଁ ଅପମାନ ହେବ ବୋଲି କହିଛନ୍ତି ଟ୍ରମ୍ପ।

ଟ୍ରମ୍ପ କରୋନା ଟିକାକୁ ନେଇ କମଲା ହାରିସଙ୍କୁ ଟାର୍ଗେଟ କରି ଏ କଥା କହିଛନ୍ତି। ସେ ଆହୁରି କହିଛନ୍ତି କମଲାଙ୍କ ବୟାନବାଜି ଯୋଗୁ ସେ କେବେ ବି ଦେଶର ରାଷ୍ଟ୍ରପତି ହୋଇପାରିବେ ନାହିଁ। ହାରିସ ଟିକାର ଉପେକ୍ଷା କରୁଛନ୍ତି, ଯେମିତି ଲୋକଙ୍କୁ ଲାଗିବ ଏହା କୌଣସି ବଡ଼ ଉପଲବ୍ଧି ନୁହେଁ। ତେବେ ସେ ଏ ଉପଲବ୍ଧି ନିଜ ପାଇଁ ହାସିଲ କରିବାକୁ ଚାହାନ୍ତି ନାହିଁ, ବରଂ ଲୋକଙ୍କ ଉପକାର ତଥା ଲୋକ ଯେମିତି ରୋଗରେ ପଡ଼ିବେ ନାହିଁ ସେ ପାଇଁ ଟ୍ରମ୍ପ ଚେଷ୍ଟିତ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ କମଲା ହାରିସ ଭାକିସନ୍ ଉପରେ ପ୍ରଶ୍ନବାଚୀ ଉଠାଇ ଥିଲେ। ଟ୍ରମ୍ପ କହିଥିଲେ କମଲା ଟିକା ବିରୋଧରେ ଯାହା କହିଛନ୍ତି ସେପାଇଁ ତୁରନ୍ତ ଲୋକଙ୍କୁ କ୍ଷମା ମାଗିବା ଦରକାର। ଏହା ସହ ଟ୍ରମ୍ପ ଚୀନକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଚୀନ ସହ ବଡ଼ ବୁଝାମଣା କରିଥିଲୁ ମାତ୍ର କରୋନା ଭାଇରସ ଅାସିଗଲା। ଏ ପାଇଁ ସେ ବାଣିଜ୍ୟ କାରାବାରକୁ ଭିନ୍ନ ଦୃଷ୍ଟିରେ ଦେଖିଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.