Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଟ୍ରମ୍ପଙ୍କ ଦାବି, ‘ନିର୍ବାଚନ ହାରିଲେ ସହଜରେ ଛାଡିବିନି ଶାସନ ଗାଦି’

24/09/2020 at 3:19 PM

ନ୍ୟୁୟର୍କ, ୨୪|୦୯: ଆସନ୍ତା ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଯଦି ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାସ୍ତ ହୁଅନ୍ତି ତେବେ ସେ ଶାନ୍ତିପୂର୍ଣ୍ଣ ଭାବେ ଶାସନ ଗାଦି ଅନ୍ୟକୁ ଦେବା ପାଇଁ ମନା କରିଦେଇଛନ୍ତି । ଭବିଷ୍ୟତରେ କଣ ହେବ ତାକୁ ଅପେକ୍ଷା କରିବା ଉଚିତ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ।

ଟ୍ରମ୍ପ କହିଛନ୍ତି ଯେ, ତାଙ୍କୁ ଲାଗୁଛି ଯେ ଆମେରିକା ନିର୍ବାଚନର ଫଳାଫଳ ସୁପ୍ରିମକୋର୍ଟ ଯାଏଁ ପହଁଚିବ । ପୋଷ୍ଟାଲ ଭୋଟିଂକୁ ନେଇ ତାଙ୍କର ସନ୍ଦେହ ରହିଛି । କାରଣ କରୋନା ଭାଇରସ ପାଇଁ ଆମେରିକାର ଅନେକ ରାଜ୍ୟର ଲୋକେ ମେଲ୍ ଓ ପୋଷ୍ଟାଲ ଭୋଟିଂ ଜରିଆରେ ମତଦାନ କରିବେ ।

ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡନ୍ ଯଦି ବିଜୟୀ ହୁଅନ୍ତି ତେବେ କଣ ହେବ ବୋଲି ଟ୍ରମ୍ପଙ୍କୁ ପ୍ରଶ୍ନ ପଚରା ଯାଇଥିଲା । ଏହାର ଉତ୍ତରରେ ଟ୍ରମ୍ପ୍ କହିଥିଲେ ଯେ, ସେ ବାଲାଟ୍ ପେପରକୁ ନେଇ ଅଭିଯୋଗ କରି ଆସୁଛନ୍ତି । ଜଣେ ରିପବ୍ଲିକାନ ବାଲାଟକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ।

ଆମେରିକା ନିର୍ବାଚନକୁ ଆଉ ୪୧ ଦିନ ବାକି ରହିଛି । ବିଭିନ୍ନ ଓପିନିୟନ ପୋଲରେ ଟ୍ରମ୍ପ ଡେମୋକ୍ରାଟିକ୍ ଦଳର ଜୋ ବାଇଡନଙ୍କଠୁ ପଛରେ ଥିବା ସୂଚନା ମିଳୁଛି । କରୋନା ଭାଇରସ ମହାମାରୀ ଓ ବେରୋଜଗାର ପାଇଁ ଟ୍ରମ୍ପଙ୍କ ଛବି ଖରାପ ହୋଇଛି । ଆମେରିକା କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ । ଏଠାରେ ହିଁ ସବୁଠାରୁ ଅଧିକ ମୃତ୍ୟୁ ହୋଇଛି । ତେବେ ଟ୍ରମ୍ପ ଆରମ୍ଭରୁ କରୋନାକୁ ସାଧାରଣ କଥା କହୁଥିଲେ । ଫଳରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।

   Related Posts