G7 ସମ୍ମିଳନୀ ସ୍ଥଗିତ ରଖିଲେ ଟ୍ରମ୍ପ : ଭାରତ ସମେତ ଅନ୍ୟ ଦେଶଙ୍କୁ ସାମିଲ କରିବାକୁ ଦାବି

Published By : Prameya-News7 Bureau | May 31, 2020 IST

ୱାସିଂଟନ ୩୧/୦୫ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ G7 କୁ ପୁରୁଣା କହି ଜୁନ ମାସରେ ହ୍ୱାଇଟ ହାଉସରେ ହେବାକୁଥିବା ଶିଖର ସମ୍ମିଳନୀକୁ ସ୍ଥଗିତ ରଖିବାକୁ ଶନିବାର ଦିନ ଘୋଷଣା କରିଛନ୍ତି | ବିଶ୍ୱର ଶୀର୍ଷ ଅର୍ଥ ବ୍ୟବସ୍ଥା ସମ୍ପନ୍ନ ଏହି ସମ୍ମିଳନୀରେ ଭାରତ ତଥା ଅନ୍ୟ କିଛି ଦେଶକୁ ସାମିଲ କରିବାକୁ ଟ୍ରମ୍ପ ଦାବି କରିଛନ୍ତି |

ଟ୍ରମ୍ପ ଫ୍ଲୋରିଡ଼ାରୁ ୱାସିଂଟନ ଡିସି ଯାଉଥିବା ଏୟାରଫୋର୍ସ ୱାନ ବିମାନରେ ସାମ୍ବାଦିକଙ୍କୁ କହିଛନ୍ତି ଯେ ସେ ଏହି ସମ୍ମିଳନୀକୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବେ | ଏହି ସମ୍ମିଳନୀରେ ଭାରତ, ଋଷ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆକୁ ସାମିଲ କରିବାକୁ ଯୋଜନା କରୁଛନ୍ତି | 

{"id":278842,"sizeSlug":"large"}

ସେ କହିଛନ୍ତି ଯେ, G7 ସମ୍ମିଳନୀ ଜରିଆରେ ଦୁନିଆରେ ଯାହା ଚାଲିଛି ତାହା ଉଚିତ ତରିକାରେ ପ୍ରତିନିଧିତ୍ବ କରାଯାଉଛି ତାହା ଠିକ ବୋଲି ସେ ଭାବୁନାହାନ୍ତି | ଏହା ଦେଶଗୁଡିକର ବହୁତ ପୁରୁଣା ସମ୍ମିଳନୀ | ହ୍ୱାଇଟ ହାଉସର ସାମରିକ ସଞ୍ଚାରର ନିର୍ଦେଶକ ଏଲୀସା ଆଲେକ୍ଜାଣ୍ଡ୍ରା ଫରାହ କହିଛନ୍ତି ଯେ ପାରମ୍ପରିକ ସହଯୋଗୀଙ୍କୁ ଏକାଠି କରି ଏବଂ ଚର୍ଚ୍ଚା କରିବାକୁ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ | ଚୀନ ସହ ଭବିଷ୍ୟତରେ କିଭଳି ସାମ୍ନା କରାଯିବ ସେନେଇ ସମ୍ମିଳନୀରେ ଆଲୋଚନା ହୋଇଥାଏ |

ଜର୍ମାନୀର ଚାନ୍ସେଲର ଏଞ୍ଜେଲା ମାର୍କେଲଙ୍କ କାର୍ଯ୍ୟାଳୟ ଶନିବାର ଦିନ କହିଥିଲେ ଯେ, ଯେ ପର୍ଯ୍ୟନ୍ତ କରୋନା ଭାଇରସ ପ୍ରକୋପ ଜାରି ରହିଛି ସେପର୍ଯ୍ୟନ୍ତ ସେ ଶିଖର ସମ୍ମିଳନୀରେ ଯୋଗ ଦେବେନାହିଁ | G7 ଦୁନିଆର ସବୁଠାରୁ ବଡ ଓ ଅର୍ଥବ୍ୟବସ୍ଥା ସମ୍ପନ୍ନ ୭ଟି ଦେଶର ମଞ୍ଚ | ଏଥିରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ଆମେରିକା, ବ୍ରିଟେନ ଓ କାନାଡ଼ା ସାମିଲ ରହିଛି | ଏହିସବୁ ଦେଶର ମୁଖ୍ୟ ଅନ୍ତରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥା ଏବଂ ମୁଦ୍ରା ପ୍ରସଙ୍ଗରେ ପ୍ରତିବର୍ଷ ବୈଠକ କରନ୍ତି |

{"id":278843,"width":580,"height":398,"sizeSlug":"large"}

ଚଳିତବର୍ଷ G7 ର ଅଧ୍ୟକ୍ଷତା ଆମେରିକା ପାଖରେ ରହିଛି | ଶିଖର ସମ୍ମିଳନୀ ସମୟରେ G7 ଅଧ୍ୟକ୍ଷତା ପାଇଁ ସାଧାରଣତଃ ଯେକୌଣସି ଗୋଟିଏ କିମ୍ବା ଦୁଇଟି ଦେଶ ମୁଖ୍ୟଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥାଏ | ଗତବର୍ଷ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମେକ୍ରୋ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ G7 ଶିଖର ସମ୍ମିଳନୀ ପାଇଁ ଆମନ୍ତ୍ରିତ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.