ମୋଦୀଙ୍କୁ ମଜାରେ ଟ୍ରମ୍ପ କହିଲେ ଏହି କଥା, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | August 26, 2019 IST

ପ୍ୟାରିସ୍‌ - ଫ୍ରାନ୍ସରେ ଜି-୭ର ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଛି । ଏହି ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏହାପରେ ଦୁଇ ଜଣ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।
କାଶ୍ମୀରେ ସହ ବିଭିନ୍ନ ପ୍ରସଙ୍ଗରେ ଏଥିରେ ଆଲୋଚନା ହୋଇଥିଲା ବୋଲି ଦୁଇ ନେତା ପ୍ରକାଶ କରିଛନ୍ତି । କାଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମସ୍ୟା । ଏଥିରେ ବିଶ୍ୱ ସମୁଦାୟ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ମୋଦୀ କହିଛନ୍ତି ।

{"id":149243,"width":534,"height":301}


ଟ୍ରମ୍ପ ମଧ୍ୟ ଏ ପ୍ରସଙ୍ଗରେ ନିଜ ମତ ରଖିଛନ୍ତି । କାଶ୍ମୀର ଏକ ଦ୍ୱିପାକ୍ଷିକ ସମସ୍ୟା ଏଥିରେ ସେ ମଧ୍ୟସ୍ଥତା କରିବେ ନାହିଁ ବୋଲି କହିଛନ୍ତି ।

{"id":149244,"width":584,"height":313}


ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କିଛି ଥଟ୍ଟା ମଜା ହେବାର ଦେଖିବାକୁ ମିଳିଥିଲା । ଦୁଇ ନେତା ବେଶ୍‌ ହସ ଖୁସୀର ସହ କଥା ବାର୍ତ୍ତା ହୋଇଥିଲେ । ମଜା ଛଳରେ ଟ୍ରମ୍ପ, ମୋଦୀ ବେଶ୍‌ ଭଲ ଇଂରାଜୀ ଜାଣିଛନ୍ତି ବୋଲି କହିଛନ୍ତି । ମାତ୍ର ସେ କହିବାକୁ ଇଚ୍ଛା କରୁ ନାହାନ୍ତି ବୋଲି ମୋଦୀଙ୍କୁ କହିଥିଲେ ।ଏହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବେଶ୍ ହାସ୍ୟରୋଳ ହୋଇଥିବା ଭିଡିଓରେ ଦେଖିବାକୁ ମିଳଛି । ଦେଖନ୍ତୁ ଏହି ଭିଡିଓ.........

wp:core-embed/twitter {"url":"https://twitter.com/ANI/status/1165944197410643968","type":"rich","providerNameSlug":"twitter","className":""}
https://twitter.com/ANI/status/1165944197410643968
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.