Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ଆମେରିକାର ୪୬ ତମ ରାଷ୍ଟ୍ରପତି ଜୋ ବାଇଡେନ୍‌, ଜାନୁଆରୀ ୨୦ର ଶପଥ ଗ୍ରହଣ ଉତ୍ସବକୁ ଯିବେନି ଟ୍ରମ୍ପ

8/01/2021 at 10:41 PM

ଓ୍ବାସିଂଟନ ୦୮/୦୧: ଟ୍ରମ୍ପ ଶାସନର ଅନ୍ତ।  ଖୁବଶୀଘ୍ର ଆମେରିକା ପାଇବାକୁ ଯାଉଛି ନୂଆ ରାଷ୍ଟ୍ରପତି। ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେବାକୁ ଯାଉଛନ୍ତି ଜୋ ବାଇଡେନ୍‌। ହ୍ବାଇଟ୍‌ ହାଉସ୍‌ ଦେଖିବାକୁ ଯାଉଛି ନୂଆ ରାଷ୍ଟ୍ରପତିଙ୍କୁ। ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଡେମୋକ୍ରେଟିକ୍‌ ନେତା ଜୋ ବାଇଡେନ୍‌।

ଗୋଟିଏ ପଟେ ବାଇଡେନ୍‌ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନି ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏନେଇ ଶୁକ୍ରବାର ଘୋଷଣା କରିଛନ୍ତି ଖୋଦ ଟ୍ରମ୍ପ।

କରୋନା ମହାମାରୀ ସମୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଟ୍ରମ୍ପଙ୍କୁ ପଛରେ ପକାଇ ବାଇଡେନ୍‌ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ନିଜ ପରାଜୟକୁ ସହଜରେ ଗ୍ରହଣ କରିପାରିନଥିଲେ ଟ୍ରମ୍ପ। ଏନେଇ ଭୋଟ୍‌ରେ ହେରଫେର ହୋଇଥିବା ଓ ସେ ବିଜୟୀ ହୋଇଥିବା ନେଇ ଦାବି କରିଆସୁଥିଲେ ଡୋନାଲ୍ଡ ଟ୍ରମ୍ପ। ବହୁ ବାଦ ବିବାଦ ପରେ ଶେଷରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍‌। ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ।

   Related Posts