ଟ୍ରମ୍ପ ଏକ ‘ବିପଦ’ ! ତାଙ୍କୁ ହଟାଇ କ୍ୟାପିଟଲ ଆକ୍ରମଣ ଲାଗି ଦାୟି କରାଯିବା ଦରକାର: ଆମେରିକୀୟ ଗଣମାଧ୍ୟମ

Published By : Prameya-News7 Bureau | January 07, 2021 IST

ୱାସିଂଟନ ୭।୧: କ୍ୟାପିଟଲ ଉପରେ ଟ୍ରମ୍ପଙ୍କ ସମର୍ଥଙ୍କ ଆକ୍ରମଣରେ ଆମେରିକା ଗଣମାଧ୍ୟମ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଡୋନାଲ୍ଡ ଟ୍ରମ୍ପଙ୍କ ଉତ୍ତେଜକ ଭାଷଣ କ୍ୟାପିଟଲ ଉପରେ ହିଂସାତ୍ମକ ଆକ୍ରମଣକୁ ଉସକାଇଛି। ଦେଶ ଲାଗି ସେ ‘ବିପଦ’ ଓ ସେହି ପଦରେ ଅବସ୍ଥାପିତ ରହିବା ଲାଗି ତାଙ୍କର ଯୋଗ୍ୟତା ନାହିଁ। ତାଙ୍କୁ ତୁରନ୍ତ ହଟାଯିବା ଦରକାର ଓ ତାଙ୍କ ବିରୋଧରେ ମହାଭିଯୋଗ ଅଣାଯାଇ ଅପରାଧିକ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଆମେରିକା ଗଣମାଧ୍ୟମ ଦାବି କରିଛି।

{"id":388618,"width":579,"height":385,"sizeSlug":"large","linkDestination":"none"}

ବୁଧବାର ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ କ୍ୟାପିଟଲ ଉପରେ ଆକ୍ରମଣ କରିଥିଲେ।  ପୋଲିସ ସହ ସଂଘର୍ଷରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଜୋ ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି  ସୁନିଶ୍ଚିତ କରିବା ଲାଗି ଏକ ସାମ୍ବିଧାନିକ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଏଥିଲାଗି ନ୍ୟୁୟର୍କ ଟାଇମ୍ସ ‘କ୍ୟାପିଟଲ ଆକ୍ରମଣ ଲାଗି ଟ୍ରମ୍ପ ଦୋଷୀ’ ଶିର୍ଷକ ଏକ ସମ୍ପାଦକୀୟ ପ୍ରକାଶନ କରିଛି। ଯେଉଁଥିରେ ରାଷ୍ଟ୍ରପତି ଟ୍ରମ୍ପ  ଓ ତାଙ୍କ ସମର୍ଥକମାନେ କଂଗ୍ରେସରେ ସେମାନେ ନେତୃତ୍ୱ ନେଉଥିବା ସରକାର ଓ ଭଲପାଉଥିବା ଦେଶ ବିରୋଧରେ ଆକ୍ରମଣ କରିଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରାଯାଇଛି।

{"id":388619,"sizeSlug":"large","linkDestination":"none"}

ସେହିପରି ଦେଶର ନିର୍ବାଚିତ ପ୍ରତିନିଧି, ନିର୍ବାଚନ ଭୋଟ ଗଣନାରେ ସେମାନଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ତୁଲାଇବା ସହ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ନିର୍ବାଚିତ ସୁନିଶ୍ଚିତ କରୁଥିବା ବେଳେ ଟ୍ରମ୍ପଙ୍କ ଦଶଦ୍ରୋହୀ ଭାଷଣ ହଜାର ହଜାର ଲୋକଙ୍କୁ ଆମେରିକା କ୍ୟାପିଟଲ ହଉସ୍ ଓ ସିନେଟରେ ଭଙ୍ଗାରୁଜା କରିବାକୁ ପ୍ରେରିତ କରିଥିଲା ବୋଲି ନ୍ୟୁୟର୍କ ଟାଇମ୍ସ ସମ୍ପାଦକୀୟରେ ଉଲ୍ଲେଖ କରିଛି। ଯେଉଁଥିଲାଗି ରାଷ୍ଟ୍ରପତି ଉତ୍ତରଦାୟୀ ଓ ଏଥିନିମନ୍ତେ ତାଙ୍କ ବିରୋଧରେ ମହାଭିଯୋଗ କାର୍ଯ୍ୟାନୁଷ୍ଠାନ ଅଥବା ଅପରାଧିକ ମୋକଦ୍ଦମା କରାଯିବା ଦରକାର ବୋଲି ସମ୍ପାଦକୀୟରେ କୁହାଯାଇଛି।

{"id":388620,"sizeSlug":"large","linkDestination":"none"}

କେବଳ ରାଷ୍ଟ୍ରପତି ନୁହନ୍ତି ତାଙ୍କ ସମର୍ଥଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଏବଂ ମାମଲାରେ କ୍ୟାପିଟଲ ପୋଲିସର ବିଫଳତାର ଯାଞ୍ଚ ହେବା ମଧ୍ୟ ଜରୁରି ବୋଲି କୁହାଯାଇଛି। ଏହା କେବଳ ୨୦୨୦ ନିର୍ବାଚନ ଫଳାଫଳ ଉପରେ ଆକ୍ରମଣ ନୁହେଁ , ଏହା ଏକ ଉଦାହରଣ ଯାହା ଭବିଷ୍ୟତର ନିର୍ବାଚନ ଫଳାଫଳର ସମାନ ବିରୋଧ ଲାଗି ଏକ ଅନୁମତି ପତ୍ର ବୋଲି ସମ୍ପାଦକୀୟରେ କୁହାଯାଇଛି। ଏହାକୁ ସ୍ପଷ୍ଟ ପ୍ରତ୍ୟାଖାନ କରାଯିବା ଆବଶ୍ୟକ ଓ ଅନୁମୋଦିତ ଆଚରଣରୁ ବାହାରେ ରଖାଯିବା ଉଚିତ। ଏଥିଲାଗି ରିପବ୍ଲିକାନ ପାର୍ଟିର ମଧ୍ୟ ଦାୟିତ୍ୱ ରହିଛି ବୋଲି କୁହାଯାଇଛି।  

{"id":388621,"sizeSlug":"large","linkDestination":"none"}

ସେହିପରି ୱାସିଂଟନ ପୋଷ୍ଟ ମଧ୍ୟ ‘କ୍ୟାପିଟଲ ଆକ୍ରମଣର କାରଣ ହେଲେ ଟ୍ରମ୍ପ’ ଶୀର୍ଷକ ସମ୍ପାଦକୀୟ ପ୍ରକାଶ କରିଛି।  ଯେଉଁଥିରେ ନିର୍ବାଚନରେ ପରାଜୟକୁ ଗ୍ରହଣ କରିବାକୁ ରାଷ୍ଟ୍ରପତି ମନା କରିବା ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ନିରନ୍ତର ଉତ୍ତେଜନା ବୁଧବାର ଅବାଞ୍ଛିତ ପରିସ୍ଥିତି ସୃଷ୍ଟି କରିଛି। ଏଣୁ ତାଙ୍କୁ  ତଡିବାକୁ ପଡିବ।  ଇଲେକ୍ଟୋରାଲ ଭୋଟ ଗଣତି ବିତର୍କରେ ଆତର୍କିତ ହିଂସାତ୍ମକ ଆକ୍ରମଣ ପୋଲିସକୁ ମଧ୍ୟ ହତବାକ କରିଦେଇଥିଲା ଓ କଂଗ୍ରେସକୁ କକ୍ଷରୁ ବାହାର କରିଦେଇଥିଲା। 

{"id":388623,"width":576,"height":325,"sizeSlug":"large","linkDestination":"none"}

ଦେଶଦ୍ରୋହର ଏହି କାର୍ଯ୍ୟଲାଗି ଦାୟିତ୍ୱବୋଧ ରାଷ୍ଟ୍ରପତିଙ୍କ ଉପରେ ନିର୍ଭର କରେ।  ତାଙ୍କ କାର୍ଯ୍ୟକାଳ ଆମେରିକା ଗଣତନ୍ତ୍ର ଲାଗି ଏକ ବଡ ବିପଦ, ଏଣୁ ତାଙ୍କୁ ତୁରନ୍ତ ତଡାଯିବା ଦରକାର ବୋଲି ୱାସିଂଟନ ପୋଷ୍ଟ ଉଲ୍ଲେଖ କରିଛି। ଏଥିରେ ଜାନୁୟାରୀ ୨୦ ତାରିଖରେ ଜୋ ବାଇଡେନଙ୍କ ଦାୟିତ୍ୱଗ୍ରହଣ ପର୍ଯ୍ୟନ୍ତ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଆଉ ୧୪ ଦିନ ଆଦୌ ଗ୍ରହଣୀୟ ନୁହନ୍ତି। ରାଷ୍ଟ୍ରପତି ଭାବେ ସେ ଏକ ବିଶାଳ କ୍ଷମତା ଉପଭୋଗ କରୁଛନ୍ତି ଯାହା ପ୍ରତି ମିନିଟ୍‌ରେ ଜାତୀୟ ସୁରକ୍ଷା ଓ ସାର୍ବଜନିକ ଶୃଙ୍ଖଳା ଲାଗି ବିପଦ ହୋଇପାରେ ବୋଲି ସମ୍ପାଦକୀୟରେ ଆକଳନ କରାଯାଇଛି।

{"id":388624,"sizeSlug":"large","linkDestination":"none"}

ଏଣୁ ଉପରାଷ୍ଟ୍ରପତି ମାଇକ ପେନସ୍‌  ତୁରନ୍ତ କ୍ୟାବିନେଟ ଡକାଇ ୨୫ତମ ସଂଶୋଧନ ଲାଗୁ କରିବା ସହ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭାବେ ଅଯୋଗ୍ୟ ଘୋଷଣା କରିବା ଦରକାର ବୋଲି ପୋଷ୍ଟ ସମ୍ପାଦକୀୟରେ ଉଲ୍ଲେଖ କରିଛି। ଯଦି କାର୍ଯ୍ୟାନୁଷ୍ଠାନକୁ ଟ୍ରମ୍ପ ବିରୋଧ କରନ୍ତି ଏଥିଲାଗି କଂଗ୍ରେସର ଅନୁମୋଦନ ଆବଶ୍ୟକ ପଡିବ। ସେ ପର୍ଯ୍ୟନ୍ତ ମାଇକ୍‌ ପେନସ୍‌ ଦାୟିତ୍ୱ ତୁଲାଇବେ ଯେ ପର୍ଯ୍ୟନ୍ତ ଜାନୁୟାରୀ ୨୦ରେ ଜୋ ବାଇଡେନଙ୍କ ପ୍ରେସିଡେନ୍ସିଆଲ ଉଦଘାଟନ ନ ହୋଇଛି ବୋଲି କୁହାଯାଇଛି।

{"id":388627,"sizeSlug":"large","linkDestination":"none"}

ଆମେରିକୀୟମାନେ ସିଟ୍‌ ବେଲ୍ଟ ଲଗାନ୍ତି, ଟ୍ରାଫିକ ନିୟମ ମାନି ଚଳନ୍ତି ଓ ନିୟମିତ କର ପୈଠ ମଧ୍ୟ କରନ୍ତି ଏହା କେବଳ ବ୍ୟବସ୍ଥା ଉପରେ ସେମାନଙ୍କ ବିଶ୍ୱାସ ଲାଗି। ଯେଉଁଥିପାଇଁ ସେମାନେ ଭୋଟ ମଧ୍ୟ ଦିଅନ୍ତି। ତେବେ ଦେଶର ସର୍ବୋଚ୍ଚ ଶ୍ୱର ଲୋକଙ୍କ ଏହି ବିଶ୍ୱାସ ଭାଙ୍ଗିବାକୁ କେବଳ ଟ୍ୱିଟ୍‌ ନୁହଁ ଲୋକଙ୍କୁ କାର୍ଯ୍ୟରେ ପରିଣତ କରିବାକୁ ଉସକାଇଛି। ଏଣୁ ଟ୍ରମ୍ପ ଏକ ସଂକଟ ଓ ସେ ଯେ ପର୍ଯ୍ୟନ୍ତ ହ୍ୱାଇଟ୍‌ ହାଉସ୍‌ରେ ଥିବେ ସେ ପର୍ଯ୍ୟନ୍ତ ଦେଶ ବିପଦରେ ଥିବା  ଆକଳନ କରାଯାଇପାରେ ବୋଲି ସମ୍ପାଦକୀୟରେ କୁହାଯାଇଛି। ନ୍ୟୁୟର୍କ ଟାଇମ୍ସ  ସମ୍ପାଦକୀୟରେ ଜାନୁୟାରୀ ୬ ଆମେରିକୀୟ ଇତିହାସରେ ସବୁଦିନ ଲାଗି ଏକ ‘କଳା ଦିବସ’ ହୋଇ ରହିଯିବ ବୋଲି ଉଲ୍ଲେଖ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.