Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଜୋ ବାଇଡେନଙ୍କ ଦାୟିତ୍ୱଗ୍ରହଣ ଦିନ ଆମେରିକା ଛାଡିବେ ଡୋନାଲ୍ଡ ଟ୍ରମ୍ପ ! ଜାଣନ୍ତୁ ବିସ୍ତୃତ ରିପୋର୍ଟ

5/01/2021 at 8:40 PM

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ ଦିନକୁ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି। ଏଥିରେ ଡେମୋକ୍ରାଟିକ ନେତା ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ଭାବେ ଆନୁଷ୍ଠାନିକ ଦାୟିତ୍ୱ ଗ୍ରହଣ ପୂର୍ବରୁ ହୁଏତ ଟ୍ରମ୍ପ ଦେଶ ଛାଡିଦେଇଥିବା ବୋଲି ଅନେକ ଆକଳନ କରୁଛନ୍ତି।

ଟ୍ରମ୍ପ ନିର୍ବାଚନ ଫଳାଫଳକୁ ଏପର୍ଯ୍ୟନ୍ତ ଗ୍ରହଣ କରୁନାହାନ୍ତି। ହ୍ୱାଇଟ୍‌ ହାଉସ୍ ମଧ୍ୟ ତାଙ୍କ ସମ୍ପର୍କରେ କୌଣସି ସୂଚନା ଦେଉ ନାହାନ୍ତି। ଏଥିରୁ ଟ୍ରମ୍ପ ବୋଧେ ଜାନୁୟାରୀ ୧୯ ସୁଧା ସ୍ୱଚ୍ଛାରେ ହ୍ୱାଇଟ୍‌ ହାଉସ୍ ଖାଲି କରିଚାଲିଯିବେ ବୋଲି ଅନୁମାନ କରାଯାଉଛି। ଏଥିରେ ଚର୍ଚ୍ଚାକୁ ଯାହା ଖୋରାକ ଯୋଗାଉଛି ତାହା ହେଲା ସ୍କଟଲ୍ୟାଣ୍ଡ ପ୍ରେଷ୍ଟୱିକ୍‌ ଏୟାରପୋର୍ଟକୁ ଦିଆଯାଇଥିବା ସୂଚନା।

ଏହି ସୂଚନାରେ ବିମାନ ବନ୍ଦରକୁ ଜାନୁୟାରୀ ୧୯ ତାରିଖ ଦିନ ଆମେରିକା ସେନାର ବୋଇଂ-୭୫୭ ବିମାନ ଅବତରଣ କରିବ ବୋଲି କୁହାଯାଇଛି। ସ୍କଟଲ୍ୟାଣ୍ଡରେ ଟ୍ରମ୍ପଙ୍କ ଏକ ଗଲ୍ଫ ରିସୋର୍ଟ ରହିଛି। ଏଣୁ ରିପବ୍ଲିକାନ ନେତା ଜାନୁୟାରୀ ୧୯ରେ ଆମେରିକା ଛାଡି ସ୍କଟଲ୍ୟାଣ୍ଡ ଚାଲିଯିବେ ବୋଲି ଆକଳନ କରାଯାଉଛି। ତେବେ ଯଦି ଟ୍ରମ୍ପ ଜାନୁୟାରୀ ୧୯ ତାରିଖରେ ଦେଶ ଛାଡି ଯାଆନ୍ତି ତେବେ ତାଙ୍କର ଏହି ପଦକ୍ଷେପ ଦେଶରେ କୌଣସି ରାଷ୍ଟ୍ରପତିଙ୍କ ଲାଗି ନିଶ୍ଚିତ ରୂପେ ଅପ୍ରତ୍ୟାସିତ ଘଟଣା ହେବ ବୋଲି କୁହାଯାଉଛି।

   Related Posts