କାହିଁକି ରାଷ୍ଟ୍ରପତି ନିର୍ବାଚନ ହାରିଲେ ଟ୍ରମ୍ପ ? ଏମିତି କହିଲେ ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା

Published By : Prameya-News7 Bureau | December 06, 2020 IST

ଡେରାଡୁନ୍‌ ୦୬/୧୨: ଉତ୍ତରାଖଣ୍ଡ ଗସ୍ତରେ ଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ ପ୍ରଶଂସା କରିଛନ୍ତି। ଏହି ଅବସରରେ ଆମେରିକା ଓ ଭାରତରେ ଜାରି କରୋନା ମହାମାରୀର ସ୍ଥିତି ସମ୍ପର୍କରେ ବଖାଣିଛନ୍ତି ଜେପି ନଡ୍ଡା। କେବଳ କରୋନା ପ୍ରସଙ୍ଗ ପାଇଁ ଟ୍ରମ୍ପ ନିର୍ବାଚନ ହାରିଥିବା ସେ କହିଛନ୍ତି।

ଆମେରିକାରେ କରୋନା ପରିଚାଳନାର ଦିଗକୁ ନେଇ ସରକାର ପରିବର୍ତ୍ତନ ହୋଇଗଲା। ଟ୍ରମ୍ପଙ୍କୁ ସିଟ୍‌ ହରାଇବାକୁ ପଡ଼ିଲା। ରାଷ୍ଟ୍ରପତି ପଦ ବି ହରାଇବାକୁ ପଡ଼ିଲା। ଆମେରିକାରେ ମହାମାରୀ ସମୟରେ ପ୍ରସ୍ତୁତ ରଣନୀତି ଉପରେ ପ୍ରଶ୍ନ ଉଠାଇବାକୁ ଭୁଲିନାହାନ୍ତି ଜଗତ ପ୍ରକାଶ ନଡ୍ଡା।

ନଡ୍ଡା ଆହୁରି ମଧ୍ୟ କହିଛନ୍ତି, ‘ଆଜି ବି ଆମେରିକା ଜାଣିନାହିଁ ଜୀବନ ଜରୁରୀ ନା ଦୁନିଆ।ଆଜି ବି ଆମେରିକା ଜାଣିପାରୁନି ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ ନା ଅର୍ଥ ବ୍ୟବସ୍ଥା।’ ଏହା ସହ ମୋଦିଙ୍କୁ ପ୍ରଶଂସା କରି ନଡ୍ଡା କହିଛନ୍ତି, ‘ଆମ ମୋଦି ଜୀ ୧୩୦ କୋଟି ଲୋକଙ୍କ ସାମ୍ନାରେ ଛିଡ଼ା ହୋଇ ସେମାନଙ୍କୁ ଲିଡ୍‌ କଲେ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ବି ନେଲେ। ଲକ୍‌ଡାଉନ୍‌ ଭଳି ନିଷ୍ପତ୍ତି ନେଇ ୧୩୦ କୋଟି ଲୋକଙ୍କ ଦେଶକୁ ବଞ୍ଚାଇଦେଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଜୀବନ ଅଛି ତ ଦୁନିଆ ଅଛି। ତେଣୁ ଲକ୍‌ଡାଉନ୍‌ ଲଗାଇଲେ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.