Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

UN ମଞ୍ଚରୁ ଚୀନ ଉପରେ ବର୍ଷିଲେ ଟ୍ରମ୍ପ, କହିଲେ- ବିଶ୍ଵ ଯୁଦ୍ଧ ପରେ ପୁଣି ଥରେ ସଂଘର୍ଷ ପରି ସ୍ଥିତି, ଚୀନ ଭାଇରସ୍ ହେଉଛି ପରମ ଶତ୍ରୁ

22/09/2020 at 8:50 PM

ନ୍ୟୁୟର୍କ ୨୨।୦୯: ମିଳିତ ଜାତିସଂଘର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ପ୍ରବଳ ବର୍ଷିଛନ୍ତି। ନିଜ ଭାଷଣରେ ସେ କହିଛନ୍ତି କରୋନା ଭାଇରସ ସଂକ୍ରମଣ ପାଇଁ ଜାତିସଂଘ ଚୀନକୁ ଦାୟୀ କରୁଛି।  ୟୁଏନ ମଞ୍ଚରୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଉପରେ ମଧ୍ୟ ଟ୍ରମ୍ପ ନିଶାଣ କରିଛି। ଟ୍ରମ୍ପ କହିଛନ୍ତି ଡବ୍ଲ୍ୟୁଏଚଓ ଉପରେ ଚୀନର ପୂରା ନିୟନ୍ତ୍ରଣ ରହିଛି। ଏଥିପାଇଁ ଡବ୍ଲ୍ୟୁଏଚଓ ଚୀନ ସପକ୍ଷରେ ରହି କରୋନା ଉପରେ ମିଥ୍ୟା କହିଛି।

ଟ୍ରମ୍ପ ନିଜର ଭାଷଣ ସମୟରେ କରୋନା ଭାଇରସ୍‌ ଚୀନ ଭାଇରସ୍‌ କହି ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଦ୍ଵିତୀୟ ବିଶ୍ଵ ଯୁଦ୍ଧର ଅନ୍ତ ଓ ମିଳିତ ଜାତିସଂଘ ସ୍ଥାପନାର ୭୫ ବର୍ଷ ପରେ ଆମେ ପୁଣି ଥରେ ଆଉ ଏକ ବଡ ସଂଘର୍ଷ କରୁଛୁ। ଆମେ ଅଦୃଶ୍ୟ ଶତ୍ରୁ ଚୀନ ଭାଇରସ ବିରୋଧରେ ଭୟଙ୍କର ଯୁଦ୍ଧ ଆରମ୍ଭ କରିଛୁ। ଏହି ଭାଇରସ ଦୁନିଆର ୧୮୮ ଦେଶରେ ଅଗଣିତ ଲୋକଙ୍କ  ଜୀବନ ନେଲାଣି।

ସେ କହିଛନ୍ତି ଆମେ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ପରଠୁ କରୋନା ଭାଇରସ୍ ବିରୋଧରେ ସବୁଠୁ ଆକ୍ରାମକ ଆରମ୍ଭ କରିଛୁ। ଆମେ ଦ୍ରୁତ ଗତିରେ ଭେଣ୍ଟିଲେଟରର ରେକର୍ଡ ଯୋଗାଣ କରିଛୁ। ଏହାର ଆବଶ୍ୟକତାକୁ ଦୃଷ୍ଟିରେ ମିତ୍ର ଦେଶକୁ ମଧ୍ୟ ଭେଣ୍ଟିଲେଟର ଯୋଗାଇ ଦେଇଛୁ।

   Related Posts