ସିଙ୍ଗାପୁରରେ ଟ୍ରମ୍ପ-କିମ୍ ଐତିହାସିକ ବୈଠକ ; ସଂପୂର୍ଣ୍ମ ଆଣବିକ ନିରସ୍ତ୍ରୀକରଣର ପ୍ରତୃଶୃତି ରଖିଲେ କିମ୍, ସୁରକ୍ଷା ଭରସା ଦେଲେ ଟ୍ରମ୍ପ
12/06/2018 at 10:23 AM

ସିଙ୍ଗାପୁରରେ ଆମେରିକା ରାଷ୍ଟ୍ରପତି ଓ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗଙ୍କ ମଧ୍ୟରେ ଐତିହାସିକ ବୈଠକ ପରେ ଉଭୟନେତା ମିଳିତ ବିବୃତିରେ ହସ୍ତାକ୍ଷର କରିଛନ୍ତି । ଦୁଇ ନେତା ବ୍ୟାପକ ଦସ୍ତାବିଜରେ ସ୍ବାକ୍ଷର କରିଛନ୍ତି। କିମଙ୍କ ସହିତ ୱାନଟୁ ୱାନ ବୈଠକ ଖୁବ୍ ଭଲ ଥିଲା ବୋଲି କହିଛନ୍ତି ଟ୍ରମ୍ପ। ଏଥିସହିତ ଉତ୍ତରକୋରିଆରେ ପରମାଣୁ ନିସ୍ତ୍ରୀକରଣ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ଟ୍ରମ୍ପ। ଉତ୍ତରକୋରିଆ ସହିତ ଆମିରିକାର ସମ୍ପର୍କ ଏଣିକି ବହୁତ ଅଲଗା ହେବ ବୋଲି କହିଛନ୍ତି ଟ୍ରମ୍ପ। ଆମେ ଦୁହେଁ ପୁଣି ଭେଟିବୁ …ଏମିତି ଅନେକ ଥର ଆମ ଦୁଇଜଣଙ୍କ ମଧ୍ୟରେ ସାକ୍ଷାତକାର ହେବ ବୋଲି କହିଛନ୍ତି ଟ୍ରମ୍ପ। ବୈଠକପରେ କିମଙ୍କୁ ହ୍ବାଇଟହାଉସକୁ ନିମନ୍ତ୍ରଣ କରିଛନ୍ତି ଟ୍ରମ୍ପ। ସେପେଟେ ବୈଠକ ନେଇ ଖୁସି ବ୍ୟକ୍ତ କରିଛନ୍ତି ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ। ଆମେରିକା ସହିତ ଅତିତର ତିକ୍ତତାକୁ ଭୂଲି ସୁସମ୍ପର୍କ ସ୍ଥାପନ କରାଯିବ ବୋଲି କହିଛନ୍ତି କିମ୍ ।