Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କଡା ପ୍ରଶ୍ନକୁ ଏଡାଇବା ପାଇଁ ଗଣମାଧ୍ୟମଠାରୁ ଦୂରେଇଲେ ଟ୍ରମ୍ପ୍, କହିଲେ ‘ମୋ ପାଖରେ ସମୟ ନାହିଁ’

26/04/2020 at 2:31 PM

ଓ୍ବାଶିଂଟନ୍ ୨୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରୋଗୀମାନଙ୍କୁ ଟୀକାରେ ଟୀକାନାଶକ ଦେବା ପରାମର୍ଶକୁ ନେଇ ବିବାଦ ଉପୁଜିବାର ଦୁଇ ଦିନ ପରେ ସେ ଟ୍ବିଟ୍ କରି କହିଛନ୍ତି ଯେ, କରୋନା ଭାଇରସ୍ ନେଇ ହେଉଥିବା ନିୟମିତ ସାମ୍ବାଦିକ ସମ୍ମିଳନୀ ପାଇଁ ସମୟ ବାହାର କରିବା ଆବଶ୍ୟକ ନୁହେଁ । ସେ ସାମ୍ବାଦିକ ସମ୍ମିଳନୀକୁ ବର୍ତ୍ତମାନ ପାଇଁ ରୋକାଯିବା ଉପରେ ବିଚାର କରାଯାଉଥିବା ଖବରକୁ ଏକ ପ୍ରକାରେ ନିଶ୍ଚିତ କରିଛନ୍ତି ।

ଏହି ବାର୍ତ୍ତାରେ କୋଭିଡ-୧୯ ବିଶ୍ବ ମହାମାରୀର ମୁକାବିଲା ପାଇଁ ପ୍ରଶାସନର ଉପାୟକୁ ନେଇ ଟ୍ରମ୍ପଙ୍କୁ ବହୁତ କଡା ପ୍ରଶ୍ନ କରାଯାଉଛି ଏବଂ ଏହି ବାର୍ତ୍ତା ସନ୍ଧ୍ୟାରେ ଟେଲିଭିଜନ ଚ୍ୟାନେଲର ମୁଖ୍ୟ ଖବର ରହୁଛି । ଟ୍ରମ୍ପ୍ ତାଙ୍କ ଟ୍ବିଟରରେ ଲେଖିଛନ୍ତି ହ୍ବାଇଟ୍ ହାଉସର ପ୍ରେସ୍ ବାର୍ତ୍ତାର କ’ଣ ଉଦ୍ଦେଶ୍ୟ ଯେତେବେଳେ ପାରମ୍ପରିକ ଗଣମାଧ୍ୟମ କେବଳ ପ୍ରତିକୂଳ ପ୍ରଶ୍ନ ପଚାରିଥାନ୍ତି ଏବଂ ତାପରେ ସତ୍ୟ ଦେଖାଇବାକୁ କିମ୍ବା ତଥ୍ୟକୁ ଠିକ୍ ଭାବରେ ଉପସ୍ଥାପନ କରିବାକୁ ମନା କରିଦିଏ ।

ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ, ସେମାନଙ୍କୁ ଭଲ ରେଟିଂ ମିଳିଯାଏ ଏବଂ ଆମେରିକାର ଲୋକମାନଙ୍କୁ ମିଥ୍ୟା ଖବର ବ୍ୟତୀତ ଆଉ କିଛି ମିଳିନଥାଏ । ଏହା ସମୟ ଏବଂ ପରିଶ୍ରମର ଅପଚୟ । ଗୁରୁବାର ଦିନ ଟ୍ରମ୍ପ ଏହା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଯେ ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସାରେ ସେମାନଙ୍କ ଶରୀରରେ ଅଲଟ୍ରା ଭାଓଲେଟ୍ ରଶ୍ମୀ କିମ୍ବା ଘରେ ବ୍ୟବହାର ହେଉଥିବା କୀଟନାଶକ ଔଷଧ ଟୀକା ସହ ଦେଇପାରିବେ । ବରିଷ୍ଠ ଡାକ୍ତରୀ ବିଶେଷଜ୍ଞ ଏବଂ କୀଟନାଶକ ଉତ୍ପାଦନକାରୀଙ୍କଠାରୁ ତୀବ୍ର ପ୍ରତିକ୍ରିୟା ମିଳିବା ପରେ ସେ ସ୍ପଷ୍ଟ କରିଥିଲେ ଯେ, ଏହା ବ୍ୟଙ୍ଗରେ କୁହାଯାଇଥିଲା ।

   Related Posts