ଆମେରିକା ନିର୍ବାଚନରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପାଓ୍ଵାର: ରାଷ୍ଟ୍ରପତି ପଦ ପାଇଁ ମୋଦୀଙ୍କ ନାମରେ ଭୋଟ୍ ମାଗୁଛନ୍ତି ଟ୍ରମ୍ପ

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ ୨୩।୦୮: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ-ଆମେରିକୀୟ ମତଦାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି। ତେଣୁ ଏହି ବର୍ଗର ମତଦାତାଙ୍କ ପ୍ରଭାବ ମଧ୍ୟ ବଢି ଯାଇଛି। ଦୁଇ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନ ଏହି ସମୁଦାୟର ଲୋକଙ୍କୁ ଆକର୍ଷିତ କରିବା ପାଇଁ ଯଥା ସମ୍ଭବ ପ୍ରୟାସ ଚଳାଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ-ଆମେରିକୀୟଙ୍କ ଭୋଟ୍ ହାତେଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଓ ତାଙ୍କ ସହିତ ନିଜ ବନ୍ଧୁତାର ମଧ୍ୟ ସାହାରା ନେଉଛନ୍ତି।

ଟ୍ରମ୍ପଙ୍କ ପକ୍ଷରୁ ଶନିବାର ଏକ ଭିଡିଓ ଜାରି କରାଯାଇଛି, ଯାହାକୁ ଭାରତୀୟ ଆମେରିକୀୟ ମତଦାତାଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କୁ ଆଉ ୪ ବର୍ଷ ମାଗିବା ପାଇଁ ଭିଡିଓରେ ‘ହାଉଡି ମୋଦୀ’ ଓ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ଭିଡିଓର ସାହାରା ନିଆଯାଇଛି, ଯେଉଁଠି ଟ୍ରମ୍ପ ମୋଦୀଙ୍କ ସହିତ ସମ୍ବୋଧିତ କରିଥିଲେ।

wp:html /wp:html

‘୪ ସାଲ ଔର’ ଶୀର୍ଷକ ସହିତ ଟ୍ରମ୍ପ ଭିକ୍ଟ୍ରି ଫାଇନାନ୍ସ କମିଟିର ସଭାପତି କିମ୍ବରଲି ଗୁଇଲଫୋଏଲେ ଭିଡିଓ ଟ୍ଵିଟ୍ କରି ଲେଖିଛନ୍ତି ଆମେରିକାର ଭାରତ ସହିତ ବହୁତ ଭଲ ସଂପର୍କ ରହିଛି ଏବଂ ଆମର କ୍ୟାମ୍ପେନକୁ ଭାରତୀୟ-ଆମେରିକୀୟଙ୍କ ସମର୍ଥନ ରହିଛି।

ଏହି ଭିଡିଓ ୧୨ ଲକ୍ଷ ଭାରତୀୟ ଆମେରିକୀୟ ମତଦାତାଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜାରି କରାଯାଇଛି। ଟ୍ରମ୍ପଙ୍କ ଦ୍ଵିତୀୟ କାର୍ଯ୍ୟକାଳ ପାଇଁ ରିପବ୍ଲିକନ ପାର୍ଟି ତରଫରୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହେବା ନେଇ ସୋମବାର ଏକ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏହି  ସମ୍ମିଳନୀର ଠିକ୍ ପୂର୍ବରୁ ଭିଡିଓ ଜାରି କରାଯାଇଛି। ସମ୍ମିଳନୀକୁ ନିକ୍କି  ହେଲି ମଧ୍ୟ ସମ୍ବୋଧିତ କରିବେ, ଯାହାଙ୍କୁ ଗୋଟିଏ ସମୟରେ ରାଷ୍ଟ୍ରପତି ପଦର ପ୍ରାର୍ଥୀ ଭାବେ ଗଣାଯାଉଥିଲା। ସେ ଜାତିସଂଘରେ ରାଷ୍ଟ୍ରଦୂତ ଓ ସାଉଥ କ୍ୟାରୋଲିନରେ ଗଭର୍ଣ୍ଣର ରହି ସାରିଛନ୍ତି। ଭାରତୀୟ ଆମେରିକୀୟ ସଂପ୍ରଦାୟ ଉପରେ ତାଙ୍କର ଭଲ ପ୍ରଭାବ ରହିଥିବା କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.