ନିଜ ଘରେ ଟ୍ରମ୍ପ ହଟହଟା, ମେୟର କହିଲେ- 'ବଙ୍କରକୁ ଚାଲିଯାଅ'

Published By : Prameya-News7 Bureau | June 12, 2020 IST

ଓ୍ୱାଶିଂଟନ, ୧୨|୦୬:  ବର୍ଣ୍ଣବୈଷ୍ୟମକୁ ନେଇ ଆମେରିକାରେ ହିଂସା ବଢିବାରେ ଲାଗିଛି । ଏହି ସମୟରେ ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଏକ ବଙ୍କର ମଧ୍ୟରେ ଆତ୍ମଗୋପନ କରିଥିଲେ । ଏପରିକି ଏହି ବଙ୍କରକୁ ଆମେରିକୀୟ ସେନା ଘେରି ରହିଥିଲା । ବଙ୍କର ମଧ୍ୟରେ କିଛି ଦିନ ରହିବା ପରେ ଏବେ ଟ୍ରମ୍ପ ସାମ୍ନାକୁ ଆସିଛନ୍ତି । ଏହାକୁ ସମାଲୋଚନା କରିଛନ୍ତି ସିଟେଲ୍‌ର ମେୟର । ଟ୍ରମ୍ପ ପୁଣି ଥରେ ବଙ୍କର ମଧ୍ୟକୁ ଚାଲିଯାଆନ୍ତୁ ବୋଲି ସେ କହିଛନ୍ତି ।

ସୂଚନାନୁସାରେ, ଆମେରିକାର ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ହିଂସା ବୃଦ୍ଧି ପାଇଛି । ଫ୍ଲୋଏଡ କୃଷ୍ଣକାୟ ହୋଇଥିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ପୋଲିସ ମାରିଦେଇଥିବା ଅଭିଯୋଗ କରି ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ରାସ୍ତାକୁ ଓହ୍ଲାଇଛନ୍ତି ।

ଏହି ଘଟଣାରେ ଟ୍ରମ୍ପ ମେୟର ଜେନୀ ଡୁରକାନ ଓ ଓ୍ୱାଶିଂଟନ ଗଭର୍ଣ୍ଣରଙ୍କୁ ଧମକ ଦେବା ସହ ଯଦି ହିଂସାକୁ ରୋକି ନପାରୁଛ ତେବେ ଚାଲିଯାଅ ବୋଲି କହିଥିଲେ । ଏହା ଖେଳ ନୁହେଁ ବୋଲି ମଧ୍ୟ ବୁଧବାର ଟ୍ୱିଟ୍ କରି ଟ୍ରମ୍ପ କହିଥିଲେ ।

ଏହାର ଜବାବ ରଖିଛନ୍ତି ମେୟର । ସେ କହିଛନ୍ତି ଯେ, ଏବେ ସ୍ଥିତି ନିୟନ୍ତ୍ରଣ ରହିଛି । ଟ୍ରମ୍ପ ପୁଣି ବଙ୍କର ମଧ୍ୟକୁ ଚାଲିଯାଆନ୍ତୁ ବୋଲି ସେ କହିଥିଲେ । ଯିଏ ଶାସନ ଚଳାଇବା ଜାଣିନାହାଁନ୍ତି ସେ ଓ୍ୱାଶିଂଟନରୁ ଦୂରରେ ରୁହନ୍ତୁ ଓ ଟ୍ୱିଟ୍ କରିବା ବନ୍ଦ କରନ୍ତୁ ବୋଲି ସେ କହିଥିଲେ । ଏପରିକି ସିଟେଲ ରାଜ୍ୟ ସରକାର ଏହି ହିଂସା ଘଟଣାରେ ବାମପନ୍ଥୀଙ୍କ ହାତ ଥିବା ଖବରକୁ ଖଣ୍ଡନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.