ଆସୁଛନ୍ତି ଟ୍ରମ୍ପ – ହେଉଛି ଏହି ସବୁ ବଡ ଆୟୋଜନ

Published By : Prameya-News7 Bureau | February 22, 2020 IST

ନୂଆଦିଲ୍ଲୀ ୨୨।୦୨ -ଫେବୃଆରୀ ୨୪ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଡୋନାଲ୍ଡ ଟ୍ରମ୍ପଙ୍କ କେଉଁ କେଉଁ ପ୍ରସଙ୍ଗ ନେଇ ଆଲୋଚନା  ହେବ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା। ତେବେ ଧାର୍ମିକ ସ୍ବାଧୀନତା ନେଇ ମୋଦିଙ୍କ ସହ ଟ୍ରମ୍ପ ଆଲୋଚନା କରିବେ ବୋଲି କହିଛନ୍ତି ହ୍ବାଇଟ ହାଉସର ଜଣେ ଅଧିକାରୀ। ….

{"id":227864,"sizeSlug":"large"}
wp:paragraph {"fontSize":"normal"}

ଆସୁଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ନେଇ ବେଶ ବଡ ଆୟୋଜନ । ଫେବୃଆରୀ ୨୪ରୁ ଦୁଇ ଦିନିଆ ଗସ୍ତରେ ଆସୁଥିବା ଟ୍ରମ୍ପଙ୍କ ସହ ପ୍ରଦାନମନ୍ତ୍ରୀ ମୋଦୀଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ତେବେ ଉଭୟଙ୍କ ସାକ୍ଷାତ ବେଳେ କେଉଁ କେଉଁ ପ୍ରସଙ୍ଗ ଟପ୍‌ରେ ରହିବ । ସେନେଇ ଲାଗିଛି କଳ୍ପନା ଜଳ୍ପନା ।

{"id":227866,"sizeSlug":"large"}

ତେବେ ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟର ଜଣେ ଅଧିକାରୀଙ୍କ  କହିବା ଅନୁସାରେ ମୋଦି-ଟ୍ରମ୍ପଙ୍କ ଆଲୋଚନାରେ ସ୍ଥାନ ପାଇବ ଧାର୍ମିକ ସ୍ବାଧୀନତା । ବିଶେଷକରି ନାଗରିକତା ଆଇନକୁ ନେଇ ଦେଶରେ ଦେଖାଦେଇଛି ବିରୋଧ, ବିକ୍ଷୋଭ, ଆନ୍ଦୋଳନ । ତେଣୁ ଦେଶରେ ସଂଖ୍ୟାଲଘୁଙ୍କ ଧାର୍ମିକ ସ୍ବାଧୀନତା ନେଇ ଆମେରିକା ଉଦବେଗ ପ୍ରକାଶ କରିଛି।

{"id":227867,"sizeSlug":"large"}

ଗତବର୍ଷ ନିର୍ବାଚନରେ ବିପୁଳ ଜନମତ ପାଇ ବିଜୟୀ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ସବ୍ କା ସାଥ୍, ସବ୍ କା ବିକାଶ, ସବ୍ କା ବିଶ୍ବାସ। ସେହି ଆଧାରରେ ଦେଶର ସଂଖ୍ୟାଲଘୁଙ୍କ ଧାର୍ମିକ ସ୍ବାଧୀନତାକୁ ସରକାର ବଜାୟ  ରଖିବେ ବୋଲି ଆମେରିକା ଆଶା ବ୍ୟକ୍ତ କରୁଛି ବୋଲି କହିଛନ୍ତି ଷ୍ଟେଟ ଡିପାର୍ଟମେଣ୍ଟ ଅଧିକାରୀ। ସେହି ଭଳି ମୋଦି- ଟ୍ରମ୍ପଙ୍କ ଆଲୋଚନାରେ କାଶ୍ମୀର ପ୍ରସଙ୍ଗ ଉଠିବାର ମଧ୍ୟ ସମ୍ଭାବନା ରହିଛି। ଭାରତ -ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାକୁ ହ୍ରାସ କରିବା ସହ ଦ୍ବିପାକ୍ଷିକ ଆଲୋଚନା ପାଇଁ ପ୍ରୋତ୍ସାହିତ କରିପାରନ୍ତି ଟ୍ରମ୍ପ। ସେହିଭଲି ଯଦି ଆଲୋଚନାରେ ଆଫଗାନିସ୍ତାନ ପ୍ରସଙ୍ଗ ଆସେ, ତେବେ ଶାନ୍ତି ପ୍ରକ୍ରିୟାରେ ଭାରତର ସହଯୋଗ ଲୋଡିବ ଆମେରିକା।

{"id":227868,"sizeSlug":"large"}

ଏପଟେ ଟ୍ରମ୍ପଙ୍କୁ ସ୍ବାଗତ ଲାଗି ଭାରତରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଅହମ୍ମଦାବାଦରେ ନମସ୍ତେ ଟ୍ରମ୍ପ ଇଭେଣ୍ଟରେ ଅପରାହ୍ନ ୨ଟା ୨୦ରେ ମୋଦି-ଟ୍ରମ୍ପ ମୋଟେରା କ୍ରିକେଟ ଷ୍ଟାଡିୟମରେ ପହଞ୍ଚିବେ। ପାଖା ପାଖି ଏକ ଲକ୍ଷ ଲୋକଙ୍କ ଉପସ୍ଥିତିରେ ଟ୍ରମ୍ପ ବିଶ୍ବର  ସର୍ବବୃହତ ଏହି କ୍ରିକେଟ ଷ୍ଟାଡିୟମକୁ ଉଦଘାଟନ କରିବେ।

{"id":227869,"sizeSlug":"large"}

ଅହମ୍ମଦାବାଦରୁ ଟ୍ରମ୍ପ ଦମ୍ପତି ଆଗ୍ରା ପରିଦର୍ଶନରେ ଯିବେ। ଏପଟେ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ରାଜନୀତି ତେଜ୍ ହୋଇଛି। ଅହମ୍ମଦାବାଦରେ ଟ୍ରମ୍ପଙ୍କ ତିନି ଘଣ୍ଟା କାର୍ଯ୍ୟକ୍ରମ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି ।

{"id":227870,"sizeSlug":"large"}

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ତଥା ଆମେରିକାନ୍‌ ଫାଷ୍ଟ ଲେଡି ମିଲେନିଆଙ୍କ ଦିଲ୍ଲୀ ସରକାରୀ ସ୍କୁଲ ଗସ୍ତ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ମନୀଷ ତିୱାରୀଙ୍କ ନାଁ ହଟାଇ ଦିଆଯାଇଛି। କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଏହାକୁ ଗଣତନ୍ତ୍ରର ଅସୁସ୍ଥ ପରମ୍ପରା ବୋଲି କହିଛନ୍ତି।

{"id":227871,"sizeSlug":"large"}

ପ୍ରଥମ ପାଳିରେ ଭାରତ ଗସ୍ତରେ ଆସିବାରେ ଡୋନାଲ୍ଡ ଟ୍ରମ୍ପ ହେବେ ଆମେରିକାର ଚତୁର୍ଥ ରାଷ୍ଟ୍ରପ୍ରତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.