Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ତାଜମହଲ ଭିତରେ ଭାବୁକ ହୋଇ ପଡିଥିଲେ ଟ୍ରମ୍ପ- ତାଜମହଲ ବିଷୟରେ କହିଲେ…

25/02/2020 at 8:00 PM

ଆଗ୍ରା ୨୫।୦୨ – ମଙ୍ଗଳବାର ସିନା ଦିଲ୍ଲୀର ସ୍କୁଲ ଦେଖି ମେଲାନିଆ ଖୁସି ହୋଇଛନ୍ତି । ହେଲେ ଏହା ପୂର୍ବରୁ ସୋମବାର ତାଜମହଲର ସୌନ୍ଦର୍ଯ୍ୟ ଦେଖି ଉତଫୁଲ୍ଲିତ ହୋଇପଡ଼ିଥିଲେ ଟ୍ରମ୍ପ ଦମ୍ପତି । ଏପରିକି ଝିଅ ଇଭାଙ୍କା ଓ ଜ୍ବାଇଁ ଜେରାଡଙ୍କୁ ମଧ୍ୟ ତାଜ ପ୍ରେମରେ ପଡ଼ିଯାଇଥିବାର ଅନୁଭବ ହୋଇଥିଲା । ଫଟୋ ପରେ ଫଟୋ ସହ ପାଖାପାଖି ଦେଢ ଘଣ୍ଟାର ସମୟ ତାଜମହଲରେ ବିତାଇଥିଲା ଟ୍ରମ୍ପଙ୍କ ପରିବାର ।

ପ୍ରେମ ତ କେବଳ ଏକ ଅନୁଭବ । ତେବେ ପ୍ରକୃତ ପ୍ରେମର ନଜାରା ଦେଖିବାକୁ ହେଲେ ଆପଣଙ୍କୁ ଆଗ୍ରା ଯିବାକୁ ହେବ । ତାଜମହଲ ଦର୍ଶନ କରିବାକୁ ପଡ଼ିବ । ସେଥିପାଇଁ ତ ପ୍ରେମର ଏହି ପ୍ରତୀକକୁ ଦେଖି ଅବାକ ହୋଇପଡ଼ିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ । ବୋଧହୁଏ ତାଜମହଲର ପଥରକୁ ଦେଖି ପ୍ରେମର କାହାଣୀ ଭିତରେ ହିଁ ହଜିଯାଇଥିଲେ ଉଭୟ । ଯାହା ଜଣେ ମୋଗଲ ସମ୍ରାଟ ଲେଖିଥିଲେ ତାଙ୍କ ବେଗମ୍ ଜାନ ପାଇଁ, ହୃଦୟର ରାଣୀ ପାଇଁ, ନିଶ୍ବାସପ୍ରଶ୍ବାସରେ ଯାଆସ କରୁଥିବା ନାଁ ପାଇଁ ।

ଇତିହାସରେ କିଛି ଚିତ୍ର ସ୍ଥାନ ପାଏ । ଆଉ କିଛି ଚିତ୍ର ନିଜେ ହିଁ ଇତିହାସ ବନିଯାଏ । ସେଥିପାଇଁ ତ ପ୍ରେମର ପ୍ରତୀକ ଆଗରେ ଟ୍ରମ୍ପ ଓ ପତ୍ନୀ ମେଲାନିଆଙ୍କର ଫଟୋ ସେସନ ଶଙ୍ଖ ମଲମଲ ତାଜମହଲ ଆଗରେ ଫଟୋ ସେସନ କରାଇ ସବୁ ଦିନ ପାଇଁ ଏ ସ୍ମୃତିକୁ କଏଦ କରିବାକୁ ଯେମିତି ଅସ୍ଥିର ହୋଇପଡ଼ିଛନ୍ତି ଟ୍ରମ୍ପ ଦମ୍ପତି ।

ମଣିଷ ଭିତରେ ଯେ ଅନୁଭବର ତରଙ୍ଗ ଉଠେ, ସେତେବେଳେ ସେ ସମୟର ବନ୍ଧନକୁ ବେଶ ସହଜରେ କାଟିଦିଏ । ନିର୍ଦ୍ଧାରିତ ସମୟ ଠାରୁ ଟ୍ରମ୍ପ ପରିବାର ଢେର ଅଧିକ ସମୟ ବିତାଇଥିଲା ତାଜମହଲରେ । ଟ୍ରମ୍ପ-ମେଲାନିଆଙ୍କ ସହ ସେହି ସ୍ଥାନକୁ ବି ଯାଇଥିଲେ ଯେଉଁଠି ୩୭୯ ବର୍ଷ ଧରି କବର ନେଇଛି ଏମିତି ଜଣେ ମଣିଷ, ଯାହା ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ ଶାହାଜାହାନ । ନିଜେ ଟ୍ରମ୍ପ ବିବାହ କରିଥିଲେ ବି ମନେମନେ ଭାବୁଥିବେ ସତରେ ପ୍ରେମ ମାମଲାରେ ଭାରତୀୟମାନେ ଢେର ଆଗରେ । ସେଥିପାଇଁ ତ ତାଜମହଲ ଭିତରେ ଇମୋସନାଲ ହୋଇପଡ଼ିଥିଲେ ଟ୍ରମ୍ପ ।

   Related Posts