ଔଷଧ ଯୋଗାଣ ଉପରେ ଭାରତର ନିଷ୍ପତ୍ତିକୁ ନେଇ ଟ୍ରମ୍ପ୍ ଖୁସି, କହିଲେ 'ଥ୍ୟାଙ୍କ୍ ୟୁ ପିଏମ୍ ମୋଦି'

Published By : Prameya-News7 Bureau | April 09, 2020 IST

ଓ୍ବାଶିଂଟନ୍ ୯।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସ୍ ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଯୋଗାଣ ପାଇଁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି । ଏକ ଟ୍ବିଟ୍ ରେ ଟ୍ରମ୍ପ୍ କହିଛନ୍ତି ଯେ, “କଠିନ ପରିସ୍ଥିତିରେ ବନ୍ଧୁମାନଙ୍କ ମଧ୍ୟରେ ଅଧିକ ସହଯୋଗ ଆବଶ୍ୟକତା ରହିଥାଏ । ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଯୋଗାଣ ଉପରେ ନିଷ୍ପତ୍ତି ନେଇଥିବାରୁ ଭାରତ ଏବଂ ଏହାର ଲୋକଙ୍କୁ ଧନ୍ୟବାଦ । ଏହାକୁ ଆମେ କେବେବି ଭୁଲି ପାରିବୁ ନାହିଁ । ଏହି ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ।”

{"id":251354,"sizeSlug":"large"}

କରୋନା ସଙ୍କଟ ସହ ସଂଗ୍ରାମ କରୁଥିବା ଆମେରିକା ଅତୀତରେ ଭାରତରୁ ସାହାଯ୍ୟ ଲୋଡିଥିଲା । ଏହି ସହାୟତା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଧମକପୂର୍ଣ୍ଣ ବିବୃତ୍ତି ପ୍ରକାଶ ପାଇଥିଲା । କିନ୍ତୁ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସ୍ବର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା । ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଔଷଧକୁ ନେଇ ପରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏଥିରେ ସାହାଯ୍ୟ କରିଛନ୍ତି, ସେ ବହୁତ ଭଲ ।

{"id":251352,"sizeSlug":"large"}

ଆମେରିକାର ନ୍ୟୁଜ୍ ଚ୍ୟାନେଲ ଫାକ୍ସ ନ୍ୟୁଜ୍ ସହିତ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ପ୍ରସଙ୍ଗରେ ଆଲୋଚନା ବେଳେ ଡୋନାଲ୍ଡ ଟ୍ରମ୍ପ୍ ଭାରତ ସହ ହୋଇଥିବା ସମସ୍ତ ବିବାଦ ଉପରେ କହିଥିଲେ । ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ, ଆମେ ବିଦେଶରୁ ଅନେକ ଔଷଧ ମଗାଇଛୁ, ଏହାକୁ ନେଇ ମୁଁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିଲି କାରଣ ଭାରତରୁ ମଧ୍ୟ ଅନେକ ଔଷଧ ଆସୁଛି ।

{"id":251350,"sizeSlug":"large"}

ଏହି ଆଲୋଚନାରେ ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରିଥିଲି ଯେ ସେ ଔଷଧ ଦେବେ କି ? ସେ ବହୁତ ଭଲ ଥିଲେ । ଭାରତ ତାର ଆବଶ୍ୟକତା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଔଷଧ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା, କିନ୍ତୁ ସେମାନେ ଠିକ୍ ।

{"id":251359,"sizeSlug":"large"}

ଆମେରିକାର ରାଷ୍ଟ୍ରପତି ପୂର୍ବରୁ ଏକ ବିବୃତ୍ତିରେ କହିଥିଲେ ଯେ, ଯଦି ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଯୋଗାଇବ ନାହିଁ, ତେବେ ଭାରତକୁ ଏହାର ଉଚିତ୍ ଜବାଜ ଦିଆଯିବ । ଏହାପରେ ଭାରତରେ ଏହି ବିବୃତ୍ତିକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ବିରୋଧୀ ଦଳମାନେ ଆମେରିକାର ଚାପରେ କାମ ନକରିବାକୁ ସରକାରଙ୍କୁ କହିଥିଲେ ।

{"id":251351,"sizeSlug":"large"}

ଏହି ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ, ଅନେକ ଲୋକ ଏହା ଉପରେ ଅନେକ କିଛି କହୁଛନ୍ତି, କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଉ ନାହାଁନ୍ତି । କାରଣ ଏଠାରେ ଲୋକଙ୍କ ଜୀବନ ରକ୍ଷା କରିବାର ବିଷୟ ।

wp:html https://twitter.com/realDonaldTrump/status/1247950299408498693?s=19 /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.