ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଭାରତ ଗସ୍ତକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ତେବେ ଏଥିରେ ସବୁଠୁ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ମେଲେନିଆଙ୍କ ସହ ତାଙ୍କର ତାଜ୍ ପରିଦର୍ଶନ। କୁହାଯାଉଛି ଏହା ଏପର୍ଯ୍ୟନ୍ତ ସବୁଠୁ ବ୍ୟୟ ବହୁଳ ଗସ୍ତ କାର୍ଯ୍ୟକ୍ରମ। ଏଥିଲାଗି ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ହେଉଥିବାର ଏବେ ଗଣମାଧ୍ୟମରେ ଆକଳନ ହେଉଛି। ହେଲେ ଆଗରାର ତାଜମହଲ ଲାଗି ଡୋନାଲ୍ଡ ଟ୍ରମ୍ଫଙ୍କର ରହିଛି ଅହେତୁକ ଦୁର୍ବଳତା । ଖାସ ଏଥି ଲାଗି ସେ ଅତୀତରେ ନିଜେ ଏକ ତାଜମହଲ ବି ଗଢିଥିଲେ। ହେଲେ ସେ ତାକୁ ବିକି ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଟ୍ରମ୍ଫଙ୍କ ତାଜମହଲ ମୋହ ସମ୍ପର୍କରେ।
{"id":228125,"sizeSlug":"large"}ଆମେରିକା ନ୍ୟୁଜର୍ସିର ଆଟଲାଣ୍ଟିକ୍ ସିଟିରେ ରହିଛି ‘ହାର୍ଡ ରକ୍ ହୋଟେଲ ଏଣ୍ଡ କ୍ୟାସିନେ ଆଟଲାଣ୍ଟିକ୍ ସିଟି’। ଏହି ହୋଟେଲଟି ଏକଦା ଟ୍ରମ୍ଫଙ୍କର ଥିଲା। ଏହାକୁ ଟ୍ରମ୍ଫ ଖୁବ ଆଗ୍ରହରେ ନିର୍ମାଣ କରିଥିଲେ। ଯାହାକୁ ସେ ତାଜମହଲ ନାମରେ ନାମିତ ବି କରିଥିଲେ। ତେବେ ଶାହାଜାହାଁଙ୍କ ଭଳି ଟ୍ରମ୍ଫ ଏତେ ଭାଗ୍ୟବାନ ନଥିଲେ। ବିପୁଳ କ୍ଷତିଯୋଗୁ ଶେଷରେ ଟ୍ରମ୍ଫ ତାଙ୍କର ପ୍ରିୟ ତାଜମହଲକୁ ବିକିବାକୁ ବାଧ୍ୟ ହୋଇଥିଲେ। ତାଜମହଲରେ ଥିବା କ୍ୟାସିନୋ ଆମେରିକାର ପ୍ରଶିଦ୍ଧ କ୍ୟାସିନୋଙ୍କ ମଧ୍ୟରେ ଅନ୍ୟତମ ଥିଲା। ଏହାର ନିର୍ମାଣଲାଗି ଟ୍ରମ୍ଫଙ୍କ କମ୍ପାନୀ ୧୯୯୦ ମସିହାରେ ୧୦୦କୋଟି ଡଲାର ନିବେଶ କରିଥିଲା।
{"id":228126,"sizeSlug":"large"}ଟ୍ରମ୍ଫ ଆଗରାରେ ଯେତେବେଳେ ସାହାଜାହାଁଙ୍କ ତାଜମହଲ ପରିଦର୍ଶନ କରିବେ ସେତେବେଳେ ତାଙ୍କ ନିଜ ତାଜମହଲ କଥା ମନକୁ ନିଶ୍ଚିତ ଆସିବ। ଟ୍ରମ୍ଫ ସପରିବାରେ ସୋମବାର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତଥା ପ୍ରମୁଖ ଆଶ୍ଚର୍ଯ୍ୟ ତାଜମହଲ ବୁଲିଦେଖିବେ। ତେବେ ଟ୍ରମ୍ଫଙ୍କ ପରିବାରର ଏହି ରାଜକୀୟ ଗସ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିବେ ନାହିଁ। ଆମେରିକା ରାଷ୍ଟ୍ରପତି ଜଣେ ଦିଗ୍ଗଜ ବ୍ୟବସାୟୀ ମଧ୍ୟ। ତାଙ୍କ ପିତାଙ୍କ ଠାରୁ ଉତ୍ତରାଧିକାରରେ ମିଳିଥିବା ବିପୁଳ ସମ୍ପତ୍ତି ନିବେଶ କରି ୧୯୯୦ ମସିହାରେ ଆଟଲାଣ୍ଟିକ୍ ସିଟିରେ ଭବ୍ୟ ହୋଟେଲ ଓ କ୍ୟାସିନୋ ନିର୍ମାଣ କରିଥିଲେ। ଏଥିରୁ ତାଙ୍କ କମ୍ପାନୀ ବିପୁଳ ଆୟ ବି କରିଥିଲା।
{"id":228127,"sizeSlug":"large"}ତେବେ ୨୦୧୪ ମସିହା ବେଳକୁ ବିପୁଳ ବ୍ୟବସାୟୀକ କ୍ଷତିରେ ପଡି ଟ୍ରମ୍ଫ ତାଙ୍କର ପ୍ରିୟ ହୋଟେଲ ଓ କ୍ୟାସିନୋକୁ ବିକିବାକୁ ନିଷ୍ପତ୍ତି ନେଇଥିଲେ। ବିକିବେ ବିକିବେନି ଏଭଳି ଦୋଦୁଲ୍ୟମାନ ସ୍ଥିତିରେ ଥିବା ବେଳେ ହୋଟେଲଟି ୨୦୧୬ ମସିହାରେ ବନ୍ଦ ହୋଇଯାଇଥିଲା। ତେବେ ମାର୍ଚ୍ଚ ୨୦୧୭ରେ ସେମିନୋଲ ଟ୍ରାଇବ ଅଫ ଫ୍ଲୋରିଡା ଏହାକୁ ଇଣ୍ଟରନ୍ୟାସନାଲ ବ୍ରାଣ୍ଡରେ ପୁଣି ଚଳାଇଛନ୍ତି।