Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଭାରତର ଶିକ୍ଷା ଆସିଲା କାମରେ, ହାତ ନ ମିଳାଇ ଆଇରିସ୍ ପ୍ରାଧାନମନ୍ତ୍ରୀଙ୍କୁ ନମସ୍କାର କଲେ ଟ୍ରମ୍ପ

13/03/2020 at 2:58 PM

ୱାସିଂଟନ :  କରୋନା ସଂକ୍ରମଣ ସାରା ବିଶ୍ୱକୁ ଭୟଭୀତ କରିଛି। ସାଧାରଣ ଲୋକଙ୍କ କଥା ଛାଡ ନେତାମାନେ ବି ସଂକ୍ରମଣକୁ ଏବେ ଡରିବାକୁ ଲାଗିଲେଣି। ଏଥିରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପବି ବାଦ ପଡିନାହାନ୍ତି। ସେଣ୍ଟ ପ୍ୟାଟ୍ରିକ୍ସ ଡେ ଲାଗି ଆମେରିକା ଗସ୍ତରେ ଆସିଥିବା ଆୟର୍ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭାରାଦକରଙ୍କୁ  ଟ୍ରମ୍ପ ଓଭାଲ ହାଉସ୍‌ରେ ନମସ୍କାର କରି ସ୍ୱାଗତ କରିଛନ୍ତି।

ହ୍ୱାଇଟ୍ ହାଉସ୍‌ରେ ହୋଇଥିବା ଏହି ସାକ୍ଷାତକାରରେ ଟ୍ରମ୍ପ ନିକଟରେ ତାଙ୍କର ଭାରତ ଯାତ୍ରା କଥା କହିଥିଲେ। ସେଠାରେ କେହି ତାଙ୍କ ସହ ହାତ ମିଳାଇ ନଥିଲେ। ବେଶ ଦୂରରୁ ତାଙ୍କୁ ହାତଯୋଡି ସ୍ୱାଗତକରୁଥିଲେ ବୋଲି କହିଥିଲେ। ସ୍ୱାଗତର ପରମ୍ପରାକୁ ବେଶ ସହଜ ବୋଲି ଟ୍ରମ୍ପ କହିଥିଲେ।  ଏ କ୍ଷେତ୍ରରେ ଜାପାନର ପ୍ରଥାକୁ ବି ଉଚ୍ଚ ପ୍ରଶଂସା କରିଥିଲେ। ସାମାନ୍ୟ ମୁଣ୍ଡ ଝୁଙ୍କାଇ ଦେଲେ ହେଲା। ଏଣୁ ଜାପାନ ଓ ଭାରତୀୟ ପ୍ରଥା ପରମ୍ପରା ବିଶ୍ୱର ଅଦ୍ୱୀତିୟ ବୋଲି କହିଥିଲେ।

ତେବେ ଚଳିତବର୍ଷ ଉପୁଜିଥିବା ପରିସ୍ଥିତିରେ ସେଣ୍ଟ ପ୍ୟାଟ୍ରିକ୍ ଡେ ପାଳନ ବାତିଲ ହୋଇଥିବାରୁ ଟ୍ରମ୍ପ ଦୁଃଖ ବ୍ୟକ୍ତ କରିଥିଲେ। ସେହିପରି ତାଙ୍କ ପୁନନିର୍ବାଚନ ପ୍ରଚାର ରାଲିକୁ ମଧ୍ୟ ସେ ବାତିଲ କରିଥିବା କହିଥିଲେ। କରୋନା ସଂକ୍ରମଣ ସାରା ବିଶ୍ୱରେ ମହାମାରୀରୁ ରୂପନେଇ ସାରିଛି। ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧ଲକ୍ଷ ୨୮ ହଜାର ୩୪୩ଟି ମାମଲାର ପୁଷ୍ଟି ହୋଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାମାରୀ ଗୋଷଣା କରିଛନ୍ତି।

   Related Posts