ଓ୍ୱାଶିଂଟନ ଯେତେବେଳେ ଜଳୁଥିଲା ସେତେବେଳେ ନାଚ-ଗୀତରେ ମସଗୁଲ ଥିଲେ ଟ୍ରମ୍ପ୍ ପରିବାର, ହିଂସା ଦେଖି ହେଉଥିଲେ ଖୁସି : ଭିଡିଓ ଭାଇରାଲ
9/01/2021 at 2:44 PM

ଓ୍ୱାଶିଂଟନ,୦୯/୦୧: ଗତ ଗୁରୁବାର ଦିନ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିଜୟକୁ ସ୍ପଷ୍ଟ କରିବା ପାଇଁ ପ୍ରକ୍ରିୟା ଜାରି ରହିଥିଲା ।ଏହି ସମୟରେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ସଂସଦ ଭବନରେ ପଶି ହିଂସାକାଣ୍ଡ ଆରମ୍ଭ କରିଦେଇଥିଲେ । ଏହି ହିଂସାରେ ଜଣେ ପୋଲିସ କର୍ମୀଙ୍କ ସହ ୫ ଜଣ ପ୍ରାଣ ହରାଇଥିଲେ । ଏହି ସମୟରେ ଟ୍ରମ୍ପଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ପୁଅ କିଛି ସୁଟ୍ କରୁଛନ୍ତି । ଏହି ଭିଡିଓରେ ପୁରା ଟ୍ରମ୍ପ୍ ପରିବାର ସଂସଦ ଭବନରେ ହୋଇଥିବା ଲଙ୍କାକାଣ୍ଡ ଦେଖି ଖୁସି ହୋଇଯାଉଛନ୍ତି । ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଆମେରିକୀୟମାନେ ଏହାକୁ ଗୁରୁତର ସହ ନେଇଛନ୍ତି ।
Trump, Donald Jr, Kimberly Guilfoyle and others watching the crowd getting fired up hours before they stormed the Capitol, and dancing in enjoyment while the song Gloria is playing. Seems premeditated, no? pic.twitter.com/E6tHufOjiN
— Amy Siskind 🏳️🌈 (@Amy_Siskind) January 7, 2021
ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ମୋବାଇଲରେ ଏହି ଭିଡିଓ ସୁଟ୍ ହୋଇଥି । ଯେଉଁଥିରେ ଟ୍ରମ୍ପ, ଇଭାଙ୍କା ଓ କିଛି ଅନ୍ୟ ଲୋକ ନଜର ଆସିଛନ୍ତି । ଏହି ଭିଡିଓରେ ଜୁନିଅର ଟ୍ରମ୍ପ୍ କହୁଛନ୍ତି ଯେ, ଲୋକମାନେ ସେଠାକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେ ଆହୁରି ମଧ୍ୟ କହୁଛନ୍ତି ଯେ, ହିଂସାକାଣ୍ଡ ତାଙ୍କୁ ବ୍ୟଥିତ କରିନାହିଁ । ଶତାଧିକ ଲୋକେ ସଂସଦ ଭବନ ଅଭିମୁଖେ ଯାଉଛନ୍ତି । ଜୁନିଅର ଏହି ଭିଡିଓରେ ବିକ୍ଷୋଭକାରୀଙ୍କୁ ଦେଶଭକ୍ତ ବୋଲି କହିଛନ୍ତି ।
ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଆମେରିକୀୟମାନେ ଟ୍ରମ୍ପ୍ ପରିବାର ଓ ତାଙ୍କ ବନ୍ଧୁଙ୍କୁ ସମାଲୋଚନା କରିଛନ୍ତି । ଏପରିକି ଭିଡିଓରେ ନଜର ଆସିଥିବା ଲୋକଙ୍କୁ ଦେଶଦ୍ରୋହୀ କହିଛନ୍ତି । ଜଣେ ୟୁଜର ଏହି ଭିଡିଓ ଦେଖି ଡରିଯାଇଥିବା ଓ ଚକିତ ହୋଇଥିବା କହିଛନ୍ତି । ଏହାକୁ କଂଗ୍ରେସ ନେତାମାନେ ନିନ୍ଦା କରିବା ସହ ଟ୍ରମ୍ପଙ୍କ ବିରୋଧରେ ପ୍ରମାଣ ଭାବେ ସାମ୍ନାକୁ ଆଣିବେ ବୋଲି କହିଛନ୍ତି ।