Microsoft-tik tok deal: ଟ୍ରମ୍ପ କହିଲେ କିଣାବିକାରେ ରହିବ ଆମେରିକାର ଗୋଟିଏ ଅଂଶ

Published By : Prameya-News7 Bureau | August 05, 2020 IST

ୱାସିଂଟନ: ଚୀନ୍ ଟିକଟକ୍‌କୁ କିଣିବ ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ। ତେବେ ଆମେରିକା ରାଷ୍ଟ୍ରପତିଙ୍କ ଶର୍ତ୍ତ ଏବେ ଉଭୟ କମ୍ପାନୀଙ୍କ ଲାଗି  ଚିନ୍ତାର ବିଷୟ। ଏହି କାରବାରରେ ରାଷ୍ଟ୍ରପତି ଆମେରିକା ଲାଗି ଏକ ଅଂଶ ଦାବି କରିଛନ୍ତି। ହେଲେ ଟ୍ରମ୍ପଙ୍କର ଏପରି ଅପ୍ରତ୍ୟାସିତ ଓ ଅଭୂତପୂର୍ବ ଦାବି କାରବାର ବିଶେଷଜ୍ଞଙ୍କୁ ଅଡୁଆରେ ପକାଇ ଦେଇଛି।

{"id":310270,"sizeSlug":"large"}

ଭାରତ ଭଳି ଆମେରିକା ମଧ୍ୟ ଟିକଟକ୍‌କୁ ଦେଶରେ ନିଷିଦ୍ଧ କରିବା ଲାଗି ଚିନ୍ତା କରୁଛି। ତେବେ ଆମେରିକାରେ ଟିକଟକ୍‌ର ୧୦କୋଟି ୟୁଜର ଥିବାରୁ ସଂସ୍ଥା ତାର ଆମେରିକା ଭାଗକୁ ବିକିଦେବାକୁ ଚିନ୍ତା କରୁଛି। ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ ଏହି ଅଂଶ କିଣିବାକୁ କଥାବାର୍ତ୍ତା ଚଳାଇଥିବା ବେଳେ ରାଷ୍ଟ୍ରପତିଙ୍କ ବୟାନ ସାମ୍ନାକୁ ଆସିଛି। ଯଦି ଦେଶରେ ଏହି ଆପକୁ ବ୍ୟାନ କରିଦିଆଯାଏ ତେବେ ଏହାକର କିଣାବିକା ସମ୍ଭବ ହେବନି। ଯଦି ଏହି ପଦକ୍ଷେପକୁ ଅଟକାଇ ଦିଆଯାଏ ତେବେ କିଣାବିକା ସମ୍ଭବ ହେବ। ତେବେ ଏଥିରେ ଆମେରିକାର ମଧ୍ୟ ଗୋଟିଏ ଭାଗ ରହିବ ବୋଲି ଟ୍ରମ୍ପ ସଫାସଫା ଶୁଣାଇଦେଇଛନ୍ତି।

{"id":310271,"width":576,"height":323,"sizeSlug":"large"}

ତେବେ ଆମେରିକାରେ ଟିକଟକ୍‌ ଆପ ଉପରେ ପ୍ରତିବନ୍ଧକ ଲାଗିବ କି ନା ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ପୂର୍ବରୁ ସଂଘୀୟ ପ୍ରାଧିକରଣ ଏପରି କୌଣସି ଆପ୍‌ ଉପରେ କଟକଣା ଲାଗୁ କରିନାହାନ୍ତି। ସେହିପରି ଏପରି କିଣାବିକାରେ ସରକାରଙ୍କ ରାଜକୋଷକୁ ଅର୍ତ ପୈଠ ଲାଗି ମଧ୍ୟ ଅର୍ଥମନ୍ତ୍ରାଳୟଙ୍କର ଆଇନ ମଧ୍ୟ ନାହିଁ। ଏଣୁ ଟ୍ରମ୍ପଙ୍କ ଏପରି ଜିଦ୍‌କୁ ଅନେକ ଏବେ ଅତାର୍କିକ କହୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.