ଟ୍ରମ୍ପଙ୍କ ଘୋଷଣା - ଚୀନରୁ ଫେରାଇ ନେବେ ୧ଶହ କୋଟି ଡଲାର ପେନସନ୍ ଫଣ୍ଡ, ବର୍ବାଦ୍ ହୋଇଯିବ ବେଜିଂ ଷ୍ଟକ୍ ମାର୍କେଟ୍

Published By : Prameya-News7 Bureau | May 15, 2020 IST

ୱାସିଂଟନ ୧୫/୦୫ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ ବିରୋଧି ଆଭିମୁଖ୍ୟ ଏବେ ଆହୁରି କଠୋର । ଏବେ ଆମେରିକା ରାଷ୍ଟ୍ରପତିଙ୍କ ଟାର୍ଗେଟ ଚୀନ ଅର୍ଥନୀତିକୁ ଦେବେ ବଡ଼ ଝଟକା । ସେଥିଲାଗି ଚୀନ ଷ୍ଟକ୍ ମାର୍କେଟରେ ବିନିଯୋଗ କରିଥିବା୧୦୦ କୋଟି ଡଲାରର ଆମେରିକୀୟ ପେନସନ ଫଣ୍ଡକୁ ଫେରାଇ ନେବା ପାଇଁ ଘୋଷଣା କରିଛନ୍ତି | ଏପରିକି ଏହି ପୁଞ୍ଜି ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ଟ୍ପମ୍ଫ ପ୍ରଶାନ ସ୍ପଷ୍ଟ କରିଛନ୍ତି | ଟ୍ରମ୍ପଙ୍କ ଏହି ପଦକ୍ଷେପ ପରେ ଚୀନ ଷ୍ଟକ୍ ମାର୍କେଟକୁ ଭାରି କ୍ଷତି ହୋଇପାରେ |ଏପରିକି ବେଜି ଷ୍ଟକ ବଜାର ଭୟଙ୍କର କ୍ଷତିର ସମ୍ମୁଖୀନ ହେବ । ଏହା ପୂର୍ବରୁ ଆମେରିକା ଚୀନ ଉପରେ ବିଶ୍ୱ ମହାମାରୀ ବିସ୍ତାର କରିବା ଓ ଅନୁସନ୍ଧାନ କାର୍ଯ୍ୟ ସହ ଜଡିତ ସୂଚନା ଚୋରି କରିଥିବା ଅଭିଯୋଗ କରିଥିଲା |

ଏକ ପ୍ରଶ୍ନରେ ଟ୍ରମ୍ପଙ୍କୁ ପଚାର ଯାଇଥିଲା ଯେ, ଆମେରିକା ସେୟାର ବଜାରରେ ସୂଚୀବଦ୍ଧ ହେବା ପାଇଁ ଚାଇନା କମ୍ପାନୀଙ୍କୁ ସମସ୍ତ ସର୍ତ୍ତ ପାଳନ କରିବାକୁ ଆମେରିକା ବାଧ୍ୟ କରିବ କି ? ଜବାବରେ ଟ୍ରମ୍ପ କହିଥିଲେ, 'ଆମେ ଏହି ମାମଲାରେ ଗମ୍ଭୀରତା ସହ ବିଚାର କରୁଛୁ, ଏହା ଆଶ୍ଚର୍ଯ୍ୟଜନକ | କିନ୍ତୁ ଏହି ମାମଲାରେ ଏକ ସମସ୍ୟା ରହିଛି | ଧରି ନିଅନ୍ତୁ ଆମେ ଏହିଭଳି ସର୍ତ୍ତ ପାଳନ କରିବାକୁ ବାଧ୍ୟ କରୁ, ତେବେ ଏହା କଣ ଠିକ ହେବ ? ଯଦି ଆମେ ବାଧ୍ୟ କରିବୁ ତାହେଲେ ଚୀନ କଣ କରିବ ? ଏହାପରେ ଚୀନ ଲଣ୍ଡନ କିମ୍ବା ଅନ୍ୟ ଦେଶରେ ସୂଚୀବଦ୍ଧ କରିବାକୁ ଯିବ |'

ଅଲିବାବା ଭଳି ଚାଇନା କମ୍ପାନୀକୁ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରେ ଲିଷ୍ଟେଡ କମ୍ପାନୀ ତାଲିକାରେ ନିଆଯାଇଥିଲା | କିନ୍ତୁ ଚୀନା କମ୍ସେପାନୀ ମାନେ ଆୟ ସମ୍ବନ୍ଧୀୟ ସମସ୍ତ ସୂଚନା ଦେଇନଥାନ୍ତି, କିନ୍ତୁ ସମସ୍ତ ଆମେରିକୀୟ କମ୍ପାନୀ ଆୟ ହିସାବ ଦେଇଥାନ୍ତି | କିଛି ସମାଚାର ଏଜେନ୍ସି ରିପୋର୍ଟ ଅନୁଯାୟୀ, ଚୀନ ଆମେରିକୀୟ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛି ଯେଉଁମାନେ ସିନେଟରେ ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି |

କରୋନା ଭାଇରସ ପ୍ରକୋପ ପରେ ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି | କରୋନା ଭାଇରସ ଯୋଗୁଁ ଆମେରିକା ଚୀନ ଉପରେ ତୀବ୍ର ବିଷୋଦଗାର କରିଛି | କାରଣକରୋନା ଯୋଗୁଁ ଆମେରିକାରେ ଏବେ ସୁଦ୍ଧା ୮୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ, ଏହି ଭୟହ୍କର ଭୂତାଣୁର ୁତ୍ସବାବେ ଚୀନକୁ ହିଁ ଦାୟି କରିଆସୁଛି ।

କରୋନା ଭାଇରସ ସଂକ୍ରମଣ ଲାଗି ଚୀନକୁ ଦାୟୀ କରୁଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏଥିଲାଗି ଚୀନ ସହ ସମ୍ପର୍କ ଛିନ୍ନ କରିବାକୁ ଧମକ ମଧ୍ୟ ଦେଇଛନ୍ତି | ଫକ୍ସ୍ ବିଜନେସ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ କହିଛନ୍ତି ଯେ, ଏମିତି ଅନେକ ଜିନିଷ ଅଛି ଯାହା ଆମେ କରିପାରିବୁ, ଆମେ ଚୀନ ସହ ସମସ୍ତ ସମ୍ପର୍କ ଛିନ୍ନ କରିପାରିବୁ |' ଗତ ଅନେକ ସପ୍ତାହ ହେଲା ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରମ୍ପଙ୍କ ଉପରେ ଚାପ ବଢୁଛି | ଆମେରିକୀୟ ସିନେଟରଙ୍କ କହିବାନୁଯାୟୀ, ଚୀନର ନିଷ୍କ୍ରିୟତା ଯୋଗୁଁ କରୋନା ବୁହାନରୁ ସାରା ବିଶ୍ୱକୁ ବ୍ୟାପିଥିଲା | ଏକ ପ୍ରଶ୍ନର ଜବାବରେ ଟ୍ରମ୍ପ କହିଛନ୍ତି ଯେ, ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥାବାର୍ତ୍ତା କରୁନାହାନ୍ତି | ପୂର୍ବରୁ ଟ୍ରମ୍ପ ଓ ଜିନପିଙ୍ଗଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା | କିନ୍ତୁ କରୋନା ଯୋଗୁଁ ବର୍ତ୍ତମାନ ସେହି ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି | ଟ୍ରମ୍ପ ସିଧା ସଳଖ କହିଛନ୍ତି ଯେ ଚୀନ ତାଙ୍କୁ କ୍ଷୁବ୍ଧ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.