Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଶନିବାରରୁ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ଡୋନାଲ୍ଡ ଟ୍ରମ୍ପ- ହ୍ବାଇଟ ହାଉସ ଡାକ୍ତର

9/10/2020 at 1:15 PM

ଓ୍ବାଶିଂଟନ ୦୯/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାରରୁ ସାଧାରଣ କାର୍ଯ୍ୟକ୍ରମ ପାଇଁ ସକ୍ଷମ ହୋଇପାରନ୍ତି। ଏ କଥା କହିଛନ୍ତି ହ୍ବାଇଟ ହାଉସ ଡାକ୍ତର ଶନ୍ କାନଲି। କାନଲି ଗୁରୁବାର ଏ ନେଇ ଏକ ମେମୋ ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି ଟ୍ରମ୍ପ କୋଭିଡ୍-୧୯ ଥେରାପି ପୂରା କରିଛନ୍ତି ଓ ଚିକିତ୍ସାକୁ ନେଇ ତାଙ୍କ ପ୍ରତିକ୍ରିୟା ଭଲ ରହିଛି।

​‌ତେବେ ଟ୍ରମ୍ପ ଓ୍ବାଲ୍ଟର ରିଡ ନାସନାଲ ମିଲିଟ୍ରି ମେଡିକାଲ ସେଣ୍ଟରୁ ହ୍ବାଇଟ ହାଉସ ଫେରିବାର ତିନି ଦିନ ପରେ ଏହି ଅପଡେଟ୍ ଆସିଥିଲା। ସେହି ହସପିଟାଲରେ ତାଙ୍କର ୭୨ ଘଂଟା ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲା। ଅବଶ୍ୟ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ପାଇଁ ଫେରିବାକୁ ଯାଉଛନ୍ତି। ତେବେ କାନାଲିଙ୍କ ଏଭଳି ମନ୍ତବ୍ୟ ତାଙ୍କୁ ଶନିବାର ପବ୍ଲିକ୍ ଇଭେଣ୍ଟରେ ଭାଗ ନେବା ପାଇଁ ମଞ୍ଜୁରୀ ଦେଇପାରେ।

ସୂଚନାଯୋଗ୍ୟ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରେ ସଂକ୍ରମିତ ହୋଇଥିଲେ। ଖୋଦ ଟ୍ରମ୍ପ ଟ୍ବିଟ୍ କରି ଏ କଥା ସମସ୍ତଙ୍କୁ ଜଣାଇ ଥିଲେ। ଏହା ସହ ସେ ତାଙ୍କ ମହିଳା ସହଯୋଗୀ ହୋପ ହିକ୍ସ କରୋନାରେ ସଂକ୍ରମିତ ହେଇଥିବା ନେଇ ମଧ୍ୟ ସୂଚନା ଦେଇଥିଲେ।

   Related Posts