ଆମେରିକୀୟଙ୍କୁ ଚେତାବନୀ ଦେଲେ ଲାଦେନ ଝିଆରୀ : ଟ୍ରମ୍ପ୍ ହାରିଲେ ପୁଣି ୯/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଘଟିବ

Published By : Prameya-News7 Bureau | September 06, 2020 IST

ନ୍ୟୁୟର୍କ, ୦୬|୦୯:   ଡୋନାଲ୍ଡ ଟ୍ରମ୍ପ ପୁଣିଥିରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ନହେଲେ ଆମେରିକା ପ୍ରତି ବିପଦ ସୃଷ୍ଟି ହେବ । ଆତଙ୍କବାଦୀ ଆକ୍ରମଣ ହେବ । ଏପରିକି ୯/୧୧ରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣ ଭଳି ଘଟଣା ଘଟିବ । ଏପରି ଚେତାଇ ଦେଇଛନ୍ତି ହାର୍ଡକୋର୍ ଆତଙ୍କବାଦୀ ଓସାମା ବିନ୍ ଲାଦେନର ଝିଆରୀ ।

୩୩ ବର୍ଷୀୟା ଲାଦେନର ଝିଆରୀ ନୁର୍ ବିନ୍ ଲାଦେନ କହିଛନ୍ତି ଯେ, ଜୟ ବିଡେନ୍ ରାଷ୍ଟ୍ରପତି ହେଲେ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ଦେଖାଯାଇପାରେ । ଏପରିକି ୯ /୧୧ ଭଳି ଆତଙ୍କବାଦୀ ଘଟଣା ଘଟିବ । କିନ୍ତୁ ଡୋନାଲ୍ଡ ଟ୍ରମ୍ପ ହିଁ ଏପରି ଘଟଣାକୁ ପ୍ରତିହତ କରିପାରିବେ ।  

ସେ ଆହୁରି କହିଛନ୍ତି ଯେ, ଓବାମା ଓ ବିଡେନଙ୍କ ଭଳି ଶାସକ ଆସିଲେ ଆଇଏସଆଇଏସ ଭଳି ଆତଙ୍କବାଦୀ ସଙ୍ଗଠନ ସୃଷ୍ଟି ହେବ । ଏପରିକି ଏହି ସଙ୍ଗଠନ ୟୁରୋପୀୟ ଦେଶରେ ମଧ୍ୟ ନିଜର କାୟା ମେଲାଇବାରେ ଲାଗିଲେଣି । ତେବେ ଟ୍ରମ୍ପ ଆମେରିକାର ସୁରକ୍ଷା ପାଇଁ ଅନେକ କିଛି ନିଷ୍ପତ୍ତି ନେଇଛନ୍ତି । ବିଦେଶୀ ଆତଙ୍କବାଦୀଙ୍କ ବିରୋଧରେ ସେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏପରିକି ଆତଙ୍କବାଦୀଙ୍କ ମୂଳୋତ୍ପାଟନ ମଧ୍ୟ କରିଛନ୍ତି ।

ନୁର୍ ୨୦୧୫ ମସିହାରେ ମଧ୍ୟ ଟ୍ରମ୍ପଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିଲେ । ଟ୍ରମ୍ପଙ୍କ ଭଳି ବ୍ୟକ୍ତି ପୁଣି ଥରେ ନିର୍ବାଚିତ ହୁଅନ୍ତୁ ବୋଲି ନୁର୍ କହିବା ସହ ଏହା ଆମେରିକାର ଭବିଷ୍ୟତ ପାଇଁ ଭଲ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.