ମନେ ରଖିବେ ଆମକୁ ! ଶେଷ ଭାଷଣ ସହ ହ୍ୱାଇଟ୍ ହାଉସ୍ ଛାଡିଲେ ଟ୍ରମ୍ପ

Published By : Prameya-News7 Bureau | January 20, 2021 IST

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍‌ ହାଉସ୍‌ ପରିତ୍ୟାଗ କରିଛନ୍ତି। ନିର୍ବାଚିତ ରାଷ୍ଟ୍ରପତି ଜ ବିଡେନଙ୍କ ସ୍ୱାଗତ ପୂର୍ବରୁ ସେ ହ୍ୱାଇଟ ହାଉସ୍ ଛାଡିଥିବା ବେଳେ ଫ୍ଲୋରିଡା ଅଭିମୁଖେ ଏୟାଫୋର୍ସ-ୱାନ୍‌ ଯୋଗେ ଯାତ୍ରା କରିଛନ୍ତି। ତେବେ ଏହା ପୂର୍ବରୁ ସେ ଗଣମାଧ୍ୟମକୁ ଏକ ସଂକ୍ଷିପ୍ତ ଭାଷଣ ଦେଇଛନ୍ତି।

{"id":395597,"width":578,"height":434,"sizeSlug":"large","linkDestination":"none"}

ଟ୍ରମ୍ପ ତାଙ୍କ ଅଭିଭାଷଣରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଗୁଡବାଏ କହିଛନ୍ତି।  ରାଷ୍ଟ୍ରପତି ଭାବେ ସେବା କରିବା ଲାଗି ସୁଯୋଗ ଦେଇଥିବାରୁ ସେ ଏହାକୁ ଏକ ବଡ ସମ୍ମାନ ବୋଲି କହିଛନ୍ତି। ତେବେ ଏହା ତାଙ୍କର ଚୂଡ଼ାନ୍ତ ପ୍ରସ୍ଥାନ ନୁହେଁ ବୋଲି ଟ୍ରମ୍ପ କହିଛନ୍ତି। ସେ ପୁଣି କେଉଁ ରୂପରେ ହ୍ୱାଇଟ୍ ହାଉସ୍ ଫେରିପାରନ୍ତି ବୋଲି କହିଯାଇଛନ୍ତି। ଟ୍ରମ୍ପ ତାଙ୍କ ଫ୍ଲୋରିଡାର ମାର-ଏ-ଲାଗୋ ରିସୋର୍ଟରେ ଅବସ୍ଥାନ କରିବେ। ନୂଆ ରାଷ୍ଟ୍ରପତିଙ୍କ ସମ୍ବର୍ଦ୍ଧନା ଉତ୍ସବକୁ  ପୂର୍ବ ରାଷ୍ଟ୍ରପତି ଭାବେ ଟାଳିଯିବାରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ପ୍ରଥମ ରାଷ୍ଟ୍ରପତି ପାଲଟିଛନ୍ତି। ସେ ସପରିବାର ହ୍ୱାଇଟ୍‌ ହାଉସ୍‌ରୁ ଏୟାରଫୋର୍ସ ହେଲିକପ୍ଟର ଯୋଗେ ବେସ୍ ଆଣ୍ଡ୍ରିୟୁସ୍‌ ଯାଇଥିବା ବେଳେ ସେଠାରୁ ଫ୍ଲୋରିଡା ପାମ ବିଚ୍‌ ପ୍ରସ୍ଥାନ କରିବେ।

ଆମେରିକୀୟ ପରମ୍ପରା ଅନୁସାରେ ନିବର୍ତ୍ତମାନ ରାଷ୍ଟ୍ରପତିଙ୍କ ସ୍ୱାଗତ ସହ ଉପରାଷ୍ଟ୍ରପତିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଏ।  ତେବେ ରିପବ୍ଲିକାନ ରାଷ୍ଟ୍ରପତି ଡୋ ବିଡେନଙ୍କ ସମ୍ବର୍ଦ୍ଧନା ସଭାକୁ ଯାଇ ନଥିବାରୁ ତାଙ୍କ ଲାଗି ଏଣ୍ଡ୍ରିୟୁସ୍ ବାୟୁସେନା ଘାଟିରେ ତାଙ୍କ ଲାଗି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

wp:embed {"url":"https://twitter.com/VP/status/1351631964843999232","type":"rich","providerNameSlug":"twitter","responsive":true,"className":""}
https://twitter.com/VP/status/1351631964843999232
/wp:embed

ତେବେ ଏଥିରେ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ  ଓ ସେକେଣ୍ଡ ଲେଡି ଏହି ଫାରୱେଲରେ ଦେଖାଯାଇନାହାନ୍ତି। ଅନ୍ୟପକ୍ଷରେ ଉପରାଷ୍ଟ୍ରପତି ଭାବେ ସେବା କରିବାର ସୁଯୋଗ ଦେଇଥିବାରୁ ଦେଶବାସୀଙ୍କୁ ଏକ ଫାରୱେଲ ଟ୍ୱିଟ୍‌ କରିଛନ୍ତି।  ଯେଉଁଥିରେ ସେ ଅନେକ ଗୁଡିଏ ଫଟୋ ସେୟାର କରିଛନ୍ତି। କ୍ୟାପିଟଲ ହିଲ ଆକ୍ରମଣ ପରେ ଉପରାଷ୍ଟ୍ରପତି ମାତ୍ର ଥରଟିଏ ରାଷ୍ଟ୍ରପତିଙ୍କୁ ଭେଟିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.