ମାଘ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଟ୍ରମ୍ପ ଓ ହିଟଲର ବାବା

Published By : Prameya-News7 Bureau | January 23, 2021 IST

ପ୍ରୟାଗରାଜ ୨୩/୦୧ : ସଙ୍ଗମ ନଗରୀ ପ୍ରୟାଗରାଜରେ ବର୍ତ୍ତମାନ ମାଘ ମେଳା ଚାଲିଛି। ଏହି ମାଘ ମେଳା ପାଖାପାଖି ୨ ମାସ ଚାଲିବ। ଦୁଇ ମାସ ପାଇଁ ସଙ୍ଗମରେ ତମ୍ବୁର ଏକ ଗାଁ ପ୍ରତିଷ୍ଠା ହୋଇଛି। ଧର୍ମ ଏବଂ ଆଧ୍ୟାତ୍ମିକତାକୁ ଜାଗ୍ରତ କରିବାକୁ ଦେଶର କୋଣ ଅନୁକୋଣରୁ ହଜାର ହଜାର ସାଧୁ ସନ୍ଥ ଆସିଛନ୍ତି। ଏଥର ମାଘ ମେଳାରେ ଟ୍ରମ୍ପ ବାବା ଓ ହିଟଲର ବାବା ଆକର୍ଷଣର କେନ୍ଦ୍ରବିନ୍ଦୁ। ଟ୍ରମ୍ପ ବାବା ଏକ ବଡ ଆଶ୍ରମ ବ୍ୟବସ୍ଥା ସମ୍ଭାଳିଛନ୍ତି। ହିଟଲର ବାବା ଏକ ବୈରାଗୀ ଆଖଡ଼ାର ମହାମଣ୍ଡଳେଶ୍ୱର ଭାବେ ଦାୟିତ୍ୱ ନେଇଛନ୍ତି। ତେବେ ଏହି ବାବାଙ୍କ ଏହିଭଳି ଅଜବ ଅଜବ ନାଁ ପଛରେ କଣ କାରଣ ରହିଛି ପଢନ୍ତୁ।

{"id":396994,"width":572,"height":429,"sizeSlug":"large","linkDestination":"none"}

ଜର୍ମାନୀର ପୂର୍ବତନ ଶାସକ ହିଟଲରଙ୍କୁ ସାରା ଦୁନିଆ ଜାଣିଚି। ସେ ଅତ୍ୟନ୍ତ ଜିଦ୍ଦୀ, କ୍ରୁର ଓ ଏକଛତ୍ରବାଦ ଶାସକ ଥିଲେ। ସେ ଯାହା ମନସ୍ଥ କରୁଥିଲେ ତାକୁ ନିଶ୍ଚୟ ପୁରା କରୁଥିଲେ। ସେ କାହା କଥା ଶୁଣୁନଥିଲେ। ମାଘ ମେଳାରେ ଶ୍ରଦ୍ଧାଳୁଙ୍କ ଭିତରେ ଆକର୍ଷଣର କେନ୍ଦ୍ର ପାଲଟିଥିବା ହିଟଲର ବାବା ମଧ୍ୟ ଏହିଭଳି। ତେବେ ହିଟଲର ବାବାଙ୍କ ଜିଦ ଓ କଠୋରତା କେବଳ ଧର୍ମ ଓ ଆଧ୍ୟାତ୍ମିକତାର ପ୍ରଚାର ଓ ପ୍ରସାର ପାଇଁ, କାହାକୁ ହଇରାଣ ହରକତ କରିବା ପାଇଁ ସେ କଠୋର ନୁହନ୍ତି।

{"id":396996,"sizeSlug":"large","linkDestination":"none"}

ହିଟଲର ବାବା ବୈରାଗୀଙ୍କ ଦିଗାମ୍ବର ଅଣି ଆଖଡ଼ାର ମହାମଣ୍ଡଳେଶ୍ୱର। ତାଙ୍କ ଅସଲି ନାଁ ମହନ୍ତ ମାଧବ ଦାସ। ମହନ୍ତ ଦାସ ହିଟଲର ବାବା ହେବା ପଛରେ ଏକ କାହାଣୀ ଅଛି। ମହନ୍ତ ଦାସ ଯେତେବେଳେ ସନ୍ୟାସ ଦୀକ୍ଷା ନେଇଥିଲେ ସେତେବେଳେ ନିଜ ସାଧନା ପୁରା କରିବାକୁ ଏବଂ ଗୁରୁଙ୍କ ସେବା କରିବାରେ ଦିନ ରାତି ଭିତରେ ଫରକ ଦେଖୁନଥିଲେ। ଜିଦରେ ଅଟଳ ରହି ବହୁ ସମୟ ଧରି ସାଧନାରେ ଲୀନ ରହୁଥିଲେ। ଏହି ସମୟରେ କିଏ ତାଙ୍କୁ ବାଧା ଦେଲେ ସେ ରାଗି ଯାଉଥିଲେ। ତାଙ୍କର ଏହି ଜିଦ ଯୋଗୁଁ ୧୯୯୨ ମସିହାରେ ତାଙ୍କ ଗୁରୁ ରଘୁବର ଦାସ ତାଙ୍କୁ ହିଟଲର ନାଁ ଦେଇଥିଲେ। ତାଙ୍କ ଗୁରୁ ତାଙ୍କୁ ହିଟଲର ନାଁ ଦେବାପରେ ଆଖଡ଼ା ପାଇଁ ସେ ହିଟଲର ବାବା ହୋଇଗଲେ। ସେବେଠାରୁ ହିଟଲର ବାବା ଭାବେ ସେ ପରିଚିତ। ତେବେ ତାଙ୍କୁ ହିଟଲର ବାବା ଡାକିଲେ ସେ କେବେ ରାଗନ୍ତିନି। ସେ କୁହନ୍ତିନ୍ତି ନାଁ ଗୁରୁ ଦେଇଛନ୍ତି, ସେଥିପାଇଁ ସେ ଏହାକୁ ଗୁରୁନ୍କ ଆଶୀର୍ବାଦ ସ୍ୱରୂପ ଗ୍ରହଣ କରିଛନ୍ତି। ହିଟଲର ବାବା ଭଲ ଭଜନ ମଧ୍ୟ ଗାଆନ୍ତି। ସେ କାଠ ଚୁଲିରେ ବହୁତ ଭଲ କଫି ମଧ୍ୟ ତିଆରି କରନ୍ତି।

{"id":396997,"sizeSlug":"large","linkDestination":"none"}

ଟ୍ରମ୍ପ ବାବା ଚିତ୍ରକୂଟ ଓ ଉଜ୍ଜେନର ସାକେତ ଧାମ ଆଶ୍ରମରେ ବ୍ୟବସ୍ଥାପକ ଅଛନ୍ତି। ପାଖାପାଖି ୨୦ ବର୍ଷ ପୂର୍ବରୁ ଗୃହସ୍ଥ ଜୀବନ ତ୍ୟାଗ କରି ସେ ସନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ। ତାଙ୍କ ଅସଲି ନାଁ କଞ୍ଚନ କୁମାର ମିଶ୍ର। ସେ ବାଣିଜ୍ୟରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ଆଶ୍ରମ ବ୍ୟବସ୍ଥା ଅତି ନିଖୁଣ ଭାବେ ସଂଚାଳନ କରନ୍ତି। ଗତଥର ଆମେରିକା ନିର୍ବାଚନରେ ବିଜୟୀ ହୋଇ ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ରାଷ୍ଟ୍ରପତି ପଦବୀ ଗ୍ରହଣ କରିଥିଲେ ସେତେବେଳେ କଞ୍ଚନ ମିଶ୍ରଙ୍କୁ ଆଶ୍ରମର ବ୍ୟବସ୍ଥାପକ ଦାୟିତ୍ୱ ଦିଆଯାଇଥିଲା। ତାଙ୍କ ଗୁରୁ ବିନେକା ବାବା ତାଙ୍କୁ ଟ୍ରମ୍ପ ନାଁ ଦେଇଥିଲେ। ତାଙ୍କ ଗୁରୁ ତାଙ୍କୁ ଏହି ନାଁ ଦେଇଥିବାରୁ ସେ ଟ୍ରମ୍ପ ବାବା ନାଁରେ ପରିଚିତ ହୋଇଗଲେ। ଗୁରୁଙ୍କ ଅନୁଯାୟୀ ଟ୍ରମ୍ପ ଯେଭଳି ପରିଶ୍ରମସ ସହ ଆମେରିକାରେ ଶାସନ କରୁଥିଲେ କଞ୍ଚନ ବାବା ମଧ୍ୟ ସେହିଭଳି ସଚ୍ଚୋଟତାର ସହ ଆଶ୍ରମ ସମ୍ଭାଳୁଥିଲେ। ଟ୍ରମ୍ପଙ୍କ ଭଳି ତୀକ୍ଷ୍ଣ ଓ ଚାଲାକ ହୋଇଥିବାରୁ ଗୁରୁ ତାଙ୍କୁ ଟ୍ରମ୍ପ ବାବା ନାଁ ଦେଇଥିଲେ। ସେ ଆଶ୍ରମ ସମ୍ଭାଳିବା ସହ ଅନେକ ସମୟ ଧରି ପୂଜା ଓ ସାଧନା କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.