ଏହି ଯୋଡିଙ୍କୁ ଦେଖନ୍ତୁ: ପ୍ରେମରେ ରଂଗ ରୂପ ଦେଖାଯାଏ ନାହିଁ ବୋଲି ପ୍ରମାଣ ହୋଇଯିବ

Published By : Prameya-News7 Bureau | September 05, 2019 IST

ପ୍ରେମ ଏକ ଏମିତି ଭାବନା ଯାହା ସମସ୍ତଙ୍କ ଜୀବନରେ ସୁଖ ଆଣିଥାଏ। ପ୍ରତ୍ୟେକ ମଣିଷ ତା ଜୀବନର ପ୍ରକୃତ ପ୍ରେମ ବା ପାର୍ଟନର ପାଇବା ଅପେକ୍ଷାରେ ଥାଏ। ପ୍ରେମ ଦୁଇ ହୃଦୟର ମିଳନ। ଦୁଇଟି ମନ ଗୋଟିଏ ହେଲେ ପ୍ରେମ ହୋଇଥାଏ ।

ପ୍ରେମ ସମ୍ପର୍କକୁ ମଧୁମୟ କରିବା ପାଇଁ ଲୋକେ ଅନେକ କିଛି କରନ୍ତି। ଆଜିକାଲି ଲୋକେ ସୌନ୍ଦର୍ଯ୍ୟ ପଛରେ ଗୋଡାନ୍ତି। ହେଲେ ସୌନ୍ଦର୍ଯ୍ୟ ଯେ ସବୁ କିଛି ତାହା ଭୁଲ। ଣଣିଷ ଦେଖିବାକୁ ଯେମିତି ଥାଉ ନା କାହିଁକି ହେଲେ ହୃଦୟରୁ ସୁନ୍ଦର ହେବା ନିହାତି ଜରୁରୀ।  ତେବେ ପ୍ରକୃତ ପ୍ରେମ କେବଳ ସୌନ୍ଦର୍ଯ୍ୟରେ ନଥାଏ।

ଏମିତି ଅନେକ ପ୍ରେମୀ ଯୁଗଳ ତଥା ଦମ୍ପତ୍ତି ଅଛନ୍ତି ଯେଉଁମାନେ ରଂଗ ରୂପ ଦେଖି ପ୍ରେମ କରିନଥାନ୍ତି। ଏହି ଯୋଡିମାନଙ୍କୁ ଦେଖିଲେ ଲାଗେ ଯେମିତି ପ୍ରେମ ପ୍ରକୃତରେ ହୃଦୟରୁ ହୋଇଥାଏ। ତେବେ ଜାଣନ୍ତୁ ଏହି ଯୋଡିଙ୍କ ବିଷୟରେ।

{"id":153314}

୧- କାଇଲି ଜେନର ଓ ଟ୍ରେଭିସ ସ୍କଟ୍‌

ବିଶ୍ବର ଫେମସ ମଡେଲ କାଇଲି ଜେନର ଓ ଆମେରିକାର ପପୁଲାର ର୍ୟାପର୍‌ ଟ୍ରେଭିସ ସ୍କଟ୍‌ଙ୍କ ଯୋଡି ଦେଖି ଅନେକ ଆଶ୍ଚର୍ଯ୍ୟ ହୁଅନ୍ତି। ହେଲେ ଉଭୟଙ୍କ ସମ୍ପର୍କ ପ୍ରମାଣ କରେ ଯେ, ପ୍ରେମ ରଂଗ ରୂପ ଦେଖି କରାଯାଏ ନାହିଁ। କାରଣ କାଇଲି ଜେନର ଦେଖିବା ପାଇଁ ଖୁବ ସୁନ୍ଦର। ଅପରପକ୍ଷରେ ଟ୍ରେଭିସ୍‌ ଦେଖିବା ପାଇଁ କିଛି ଖାସ ନୁହନ୍ତି। ତାଙ୍କ ରଂଗ ମଧ୍ୟ କାଇଲିଙ୍କ ତୁଳନାରେ ବହୁତ କମ। ଉଭୟଙ୍କ ସମ୍ପର୍କ ବେଶ ସୁଖମୟ। ଦୁହେଁ ଅଧିକାଂଶ ସମୟ ଏକା ସହ ସ୍ପଟ ହୁଅନ୍ତି। ଗତ ୨ ବର୍ଷରୁ ଉଭୟ ଏକା ସହ ଅଛନ୍ତି।

{"id":153317}

୨- ଏଲେନ ପୋମ୍ପିୟୋ ଓ କ୍ରିସ ଇଭେରୀ

ହଲିଉଡ ଅଭିନେତ୍ରୀ ଓ ନିର୍ଦ୍ଦେଶକ ଏଲେନ୍‌ ଦେଖିବାରେ କୌଣସି ପରୀଠୁ କମ ନୁହନ୍ତି। ହେଲେ ତାଙ୍କ ସ୍ବାମୀ କ୍ରିସ ଏଲେନଙ୍କ ସାମ୍ନାରେ ଫିକା ପଡିଯାଆନ୍ତି। ଉଭୟଙ୍କୁ ଦେଖିଲେ ଲାଗେ ଯେମିତି ସତରେ ପ୍ରେମରେ ରଂଗ ରୂପ ଦେଖାଯାଏ ନାହିଁ। ଏହି ବାକ୍ୟକୁ ପ୍ରମାଣ କରିବାରେ ସଫଳ ହୋଇଛନ୍ତି କ୍ରିସ ଓ ଏଲେନ। ଦୀର୍ଘ ୧୨ ବର୍ଷରୁ ଉଭୟ ଏକା ସହ ଅଛନ୍ତି।

{"id":153320}

୩- ଏଟଲୀ କୁମାର ଓ କୃଷ୍ଣା ପ୍ରିୟା

ଏହି ତାଲିକାରେ ଭାରତୀୟ ଯୋଡି ମଧ୍ୟ ସାମିଲ ଅଛନ୍ତି। ଏହି ଦମ୍ପତ୍ତି ପ୍ରମାଣ କରିଛନ୍ତି ଯେ, ପ୍ରେମ ରଂଗ ରୂପ ଦେଖି ହୋଇନଥାଏ।ସାଉଥ ନିର୍ଦ୍ଦେଶକ ଏଟଲୀ କୁମାର ଓ ଅଭିନେତ୍ରୀ କୃଷ୍ଣା ପ୍ରିୟା ପ୍ରେମ ବିବାହ କରିଛନ୍ତି। ଗତ ୫ ବର୍ଷରୁ ଉଭୟ ଏକା ସହ ଅଛନ୍ତି।

{"id":153321}

୪- କିମ୍‌ କାର୍ଦଶିୟନ ଓ କେନ୍ୟେ ୱେଷ୍ଟ

ଆମେରିକାର ବେଶ ଲୋକପ୍ରିୟ ମଡେଲ ଓ ଅଭିନେତ୍ରୀ କିମ୍‌ ଜଣେ ଗାୟକ କେନ୍ୟେ ୱେଷ୍ଟଙ୍କୁ ୨୦୧୪ ମସିହାରେ ବିବାହ କରିଥିଲେ। ଉଭୟ ପରସ୍ପରଙ୍କୁ ଡେଟ କରିବା ପରେ ପ୍ରେମ ବିବାହ କରିଥିଲେ। ଉଭୟ ପ୍ରେମରେ ରଂଗ ରୂପକୁ ଗୁରୁତ୍ବ ଦେଇନଥିଲେ। ନିଜ ବିବାହିତ ଜୀବନରେ ବେଶ ଖୁସି ଅଛନ୍ତି ଏହି ଦମ୍ପତ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.