Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଲକ୍‌ଡାଉନ୍‌ ଯୋଗୁଁ ଅଟକିଥିଲା ମଦ ବୋଝେଇ ଟ୍ରକ, ପୋଲିସକୁ ଉତ୍ତର ଦେଇପାରିନଥିଲା ଡ୍ରାଇଭର

19/04/2020 at 2:34 PM

ଭଞ୍ଜନଗର ୧୯।୦୪: ବେଲଗୁଣ୍ଠା ବ୍ଲକ ଧୁମୁଛାଇ ପଞ୍ଚାୟତ କେବିରି ବରପୁର ଗାଁ ଦାଣ୍ଡରେ ଏକ ବିଦେଶୀ ମଦ ଭର୍ତ୍ତି ଟ୍ରକ୍‌ ଅଟକି ରହିଥିଲା । ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଟ୍ରକ୍‌ ଡ୍ରାଇଭର କୌଣସି ସୂଚନା ଦେଇପାରିନଥିବାରୁ ସନ୍ଦେହ ପ୍ରକଟ ହୋଇଥିଲା । ଉପଜିଲ୍ଲାପାଳ ଥାନାକୁ ଏନେଇ ଜଣାଇବା ପରେ ଥାନା ଅଧିକାରୀ ସୁଦୀପ୍ତ ସାହୁ ପହଞ୍ଚି ବିଦେଶୀ ମଦ ବୋଝେଇ ଟ୍ରକ୍‌ ଥାନାକୁ ଆଣିଛନ୍ତି । ଟ୍ରକ୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି ।

ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟ୍ରକ୍‌ରେ ବରପୁର ଗାଁ ଭିତରେ ରହିଥିଲା । ନାମିଦାମୀ କମ୍ପାନୀର ୫୦ ଲକ୍ଷରୁ ଅଧିକ ଟଙ୍କାର ବିଦେଶୀ ମଦ ରହିଛି । ଏନେଇ ତଦନ୍ତ ଆରମ୍ଭ କରାଯାଇଛି । ଟ୍ରକ୍‌ ଡ୍ରାଇଭର ଓ ହେଲପର କେବିରି ବରପୁର ଗ୍ରାମର ଅଟନ୍ତି । ଟ୍ରକ୍‌ ଚଳାଚଳ ବନ୍ଦ କାରଣରୁ ନିଜ ଗ୍ରାମରେ ଟ୍ରକ୍‌ଟିକୁ ରଖିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଦୀର୍ଘଦିନରୁ ଟ୍ରକ୍‌ ଚଳାଚଳ ବନ୍ଦ ରହିଥିବାବେଳେ ବିଦେଶୀ ମଦ ଭର୍ତ୍ତି ଟ୍ରକ୍‌ଟି ଏତେ ଦିନ ପର୍ଯ୍ୟନ୍ତ କେଉଁଠି ଥିଲା ତାକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ କରୁଛି ଭଞ୍ଜନଗର ପୁଲିସ । ମଦ ଦୋକାନ ବନ୍ଦ ରହିଥିବାରୁ ଏହାର ସୁଯୋଗ ନେଇ କିଛି ମୁନାଫାଖୋର ବ୍ୟବସାୟୀ ଚଢ଼ା ଦରରେ ମଦ ବ୍ରିକି କରି ମୁନାଫା ଉଠାଉଥିବା ଅଭିଯୋଗ ହେଉଛି । ମଦ ଭର୍ତ୍ତି ଟ୍ରକ୍‌ଟି ଗାଁରେ ରଖି ମଦ ବେପାରୀଙ୍କୁ ବିକ୍ରି କରାଯାଉଥିବା ସନ୍ଦେହ ହେଉଛି । ସବୁକିଛି ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି ।

   Related Posts