ରାସ୍ତା ତଳକୁ ଓଲଟିଲା ଆଳୁ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

Published By : Prameya-News7 Bureau | January 07, 2021 IST

ଚାନ୍ଦବାଲି ୭।୧: ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୁଖ୍ୟ ରାସ୍ତା ସିନ୍ଦୋଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ଆଳୁ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି । ଦୁର୍ଘଟଣା ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଓ ହେଲପର । ଟ୍ରକଟି କୋଲକାତାରୁ କେନ୍ଦ୍ରାପଡା ଜିଲ୍ଲାର କନିକା ବ୍ଲକକୁ ଆଳୁ ନେଇ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭଦ୍ରକ-ଚାନ୍ଦବାଲି ରାସ୍ତା ରାଜ୍ୟ ରାଜପଥ ସିନ୍ଦୋଳ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.