୫ ଦଫା ଦାବି ନେଇ ଆସନ୍ତାକାଲି ଟ୍ରକ ଧର୍ମଘଟ
19/07/2018 at 12:32 PM

୫ଦଫା ଦାବି ନେଇ ଆସନ୍ତାକାଲି ସକାଳ ୬ଟା ରୁ ଟ୍ରକ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ ଆସୋସିଏସନ | ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି ଭୁବନେଶ୍ୱର ଟ୍ରାନ୍ସପୋର୍ଟ ଆସୋସିଏସନ | ଫଳରେ ମାଲ ପରିବହନରେ ବାଧା ଉପୁଜିବାରେ ଆଶଙ୍କା ଦେଖା ଦେଇଛି | କେନ୍ଦ୍ର ସରକାର ଦାବି ପୂରଣ ନକରିବା ଯାଇଁ ଟ୍ରକ ଚଳାଚଳ ବନ୍ଦ ରହିବ ବୋଲି ସଂଘ କହିଛି |