ପୋଲ ତଳକୁ ଖସିଲା ଟ୍ରକ ; ଡ୍ରାଇଭର ହେଲପର ନିଖୋଜ

Published By : Prameya-News7 Bureau | July 29, 2018 IST

ପାଣିରେ ଖସି ପଡ଼ିଲା ଟ୍ରକ୍, ଡ୍ରାଇଭର ଓ ହେଲପରଙ୍କ ପତ୍ତା ନାହିଁ। ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଠାରେ ଆଜି ଏକ ଟ୍ରକ୍ ଦୁର୍ଘଟଣା ଘଟି ଭାରସାମ୍ୟ ହରାଇ ମହାନଦୀ ପାଣି କୁ ଖସିପଡିଛି। କିନ୍ତୁ କିପରି ଏହି ଦୂର୍ଘଟଣା ଘଟିଲା ତାହାର କାରଣ ଜଣାପଡି ନାହିଁ। ତେବେ ସେଥିରେ ରେ ଥିବା ଡ୍ରାଇଭର ଓ ହେଲପର ଙ୍କ ପତ୍ତା ମିଳିନାହିଁ। ତେବେ ଘଟଣାରୁ ଜଣାପଡ଼ିଛି ଯେ ପାରାଦୀପ ରୁ ଏକ ଟ୍ରକ୍ ଚଣ୍ଡୀଖୋଲ୍ ଆଡ଼କୁ ଯାଉଥିବା ବେଳେ ଭୂତମୁଣ୍ଡାଇ ପୋଲ ଉପରେ କୌଣସି କାରଣରୁ ବାମକୁ ମାଡିଯାଇ ପାଣି କୁ ଖସିପଡ଼ି ଥିଲା। ଟ୍ରକ୍ ଟି ବାମକୁ ମାଡ଼ି ଏପରି ଭାବେ ଯାଇଛି ଯେ ପୋଲ ଉପରେ ଥିବା ପ୍ରାୟ ଦେଢ଼ ଫୁଟ ର ଫୁଟ ପାତ୍ ଓ ପୋଲର ବାଡ଼କୁ ସମ୍ପୂର୍ଣ୍ଣ ଭାଙ୍ଗି ପକାଇଛି। ଟ୍ରକ୍ ଟି ପାରାଦୀପ ଉଦୟବଟ ଅଞ୍ଚଳର ଓ ତାର ଡ୍ରାଇଭର ମଧ୍ୟ ଉଦୟବଟ ଅଞ୍ଚଳର ବୋଲି ଜଣାପଡିଛି। କିନ୍ତୁ ସେଥିରେ ହେଲପର ଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଡ୍ରାଇଭର ଯେହେତୁ ନିଖୋଜ ଅଛି ସେନେଇ ସବୁ କିଛି ଅସ୍ପଷ୍ଟ ରହିଛି। ତେବେ ଖବର ପାଇ ଘଟଣା ସ୍ଥଳରେ ପାରାଦୀପ ଲକ୍ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏନେଇ କୁଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। କିନ୍ତୁ ମହାନଦୀ ରେ ପାଣି ଅଧିକ ଥିବାରୁ ଏନେଇ ଖସି ପଡିଥିବା ଟ୍ରକ୍ ସମ୍ବଦ୍ଧିୟ ବିଶେଷ କିଛି ତଥ୍ୟ ମିଳିପାରି ନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି ଖୁବ ଶୀଘ୍ର ସମସ୍ତ ସୂଚନା ମିଳିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.