ବେଆଇନ୍ ଚାଲାଣ ବେଳେ ପଥର, ମୋରମ୍ ବୋଝେଇ ଟ୍ରକ୍ ଜବତ
23/12/2020 at 10:14 AM

ସାଲେପୁର ୨୩।୧୨ : ବଢିଚାଲିଛି ବେଆଇନ୍ ପଥର ଚାଲାଣ । କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଦିନକୁ ଦିନ ବେଆଇନ୍ ପଥର, ମୋରମ୍, କଳା ପଥର ଚାଲାଣ ବେଳେ ଧରାପଡିଛି । ଟାଙ୍ଗୀ ଚୌଦ୍ଵାର ତହସିଲଦାର ଓ ସ୍ୱତନ୍ତ୍ର ଟିମ୍ ଏହି କଳା ପଥର ବୋଝେଇ ୪ଟି ଟ୍ରକ୍ କୁ ଜବତ କରିଛି।

ଖବର ଅନୁଯାୟୀ, ପ୍ରତ୍ୟେକ ଦିନ ରାତିରେ ବେଆଇନ୍ ଭାବେ ପଥର, କଳା ପଥର ବୋଝେଇ ଟ୍ରକ୍ ହାଇୱା ଟାଙ୍ଗୀ ଅଞ୍ଚଲ ଦେଇ ଯାତାୟାତ କରିଥାନ୍ତି । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ତହସିଲ ଦାର୍ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ବିଶେଷ ସୂତ୍ରରୁ ଖବର ପାଇଁ ଟାଙ୍ଗି କଏରାପରି ନିକଟରେ ଜଗିରହିଥିଲା । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳରୁ ଆସୁଥିବା ୪ଟି ଟ୍ରକକୁ ଅଟକ ରଖିଥିଲା । ୪ଟି ଟ୍ରକରେ କଳାପଥର ସାଲେପୁର ଅଞ୍ଚଳକୁ ଆସୁଥିବା ବେଳେ ଧରିଥିଲା ପୋଲିସ ।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021