୧୧ଟି ଗୋରୁ ବୋଝେଇ ଗାଡି ଜବତ

Published By : Prameya-News7 Bureau | July 23, 2020 IST

ସୋର ୨୩।୦୭: ବାଲେଶ୍ଵର ଜିଲ୍ଲା୧୬ ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା ନିକଟରେ ୧୧ଟି ଗୋରୁ ବୋଝେଇ  ଟ୍ରକ ଜବତ ହୋଇଛି । ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ ଗାଡିକୁ ଖନ୍ତପଡା ପୋଲିସ ଜବତ କରିବା ସହ ୧୧ ଜଣଙ୍କୁ ଅଟକ ରଖିଛି । ଏସବୁ ଗାଡିରେ  ୬୭ଗୋରୁ ନିଆଯାଉଥିଲା ।

{"id":304248,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ଏହି ରାସ୍ତାରେ ଶହ ଶହ ଗୋରୁ ବୋଝେଇ ଗାଡି ଯାତାୟାତ କରୁଥିବା ନେଇ ଅଭିଯୋଗ ହେଇଆସୁଥିଲା । ଗତକାଲି ଖନ୍ତାପଡା ଥାନା ଆଇଆଇସି ସଂଜୟ କୁମାର ପରିଡାଙ୍କ ନେତୃତ୍ବରେ ଏକ ଟିମ ପାଟ୍ରୋଲିଂ କରୁଥିଲେ । ପୋଲିସକୁ ଦେଖି ଖସି ପଳାଇ ଯାଉଥିବା ବେଳେ ଗାଡିର ପିଛା କରି ଶ୍ରୀଜଙ୍ଗ ନିକଟରେ ଗାଡିକୁ ପୋଲିସ ଧରିଥିଲା । ଏହି ମାମଲାରେ ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.