ଚୋରିର ୨ ଘଣ୍ଟାରେ ପୋଲିସର ଆକ୍ସନ : ସିମେଣ୍ଟ ବୋଝେଇ ଡମ୍ଫର ଜବତ, ଜଣେ ଗିରଫ

Published By : Prameya-News7 Bureau | November 07, 2021 IST

ରାଉରକେଲା ୦୭।୧୧: ସିମେଣ୍ଟ ବୋଝେଇ ଗାଡ଼ିକୁ ଜବତ କଲା ରାଜଗାଙ୍ଗପୁର ପୋଲିସ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମାଟି ଗେଟ୍‌ରୁ ଚୋରି ହୋଇଥିବା ଏହି ସିମେଣ୍ଟ ବୋଝିଏ ଗାଡ଼ି । ଜବତର ଗାଡି଼ ଓ ସିମେଣ୍ଟର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ ।

{"id":540007,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଗତ ରାତ୍ରୀ ପ୍ରାୟ ୯ ଟା ସମୟରେ ଡ଼ମ୍ଫର ଓଆର ୧୪ଏନ ୯୬୩୯ ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରୁ ୧୨ଟନ (୨୪୦  ବ୍ୟାଗ) ସିମେଣ୍ଟ ବୋଝେଇ କରି ବଣେଇ ପାଇଁ ବାହାରିଥିଲା । ଚାଳକ ଗାଡିଟିକୁ ମାଟି ଗେଟ ଠାରେ ଛିଡା କରି ଖାଇବା ପାଇଁ ଯାଇଥିବା  ବେଳେ ଜଣେ ଦୁର୍ବୁତ୍ତ ଆସି ମାଲ ବୋଝେଇ ଗାଡିଟିକୁ ଚୋରି କରି ନେଇଥିଲା । ଚାଳକ ଖାଇ ସାରି ଗାଡି ପାଖକୁ ଆସିଲା ବେଳେ ଗାଡି ନଥିବା ଦେଖି ଗାଡି ମାଲିକକୁ ଖବର ଦେଇଥିଲେ । ଗାଡି ମାଲିକ ତୁରନ୍ତ ରାଜଗାଙ୍ଗପୁର ଥାନାକୁ ଖବର ଦେଇଥିଲେ ।

{"id":540008,"sizeSlug":"full","linkDestination":"none"}

ଥାନା ଅଧିକାରୀ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଇ ରାଜଗାଙ୍ଗପୁର ନିକଟରେ ଥିବା ଘୋଗର ଗ୍ରାମରେ ଚଢଉ କରିଥିଲା । ଏହି ଚଢାଉରେ ଚୋରି ଗାଡିଟିକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।  ଏହି ସମୟ ଭିତରେ ପ୍ରାୟ ଦୁର୍ବୁତ୍ତ ୩୦ ବସ୍ତା ସିମେଣ୍ଟ ଗାଡିରୁ କାଢି ବିଭିନ୍ନ ସ୍ଥାନରେ ରଖିଥିଲା । ଯାହାକୁ ପରବର୍ତ୍ତୀ ସମୟରେ ପୋଲିସ ଜବତ କରିଥିବା ନେଇ ଏସଡ଼ିପିଓ  ସୂଚନା ଦେଇଛନ୍ତି । ତେବେ ଜବତ ଗାଡି ସହ ସିମେଣ୍ଟର ମୂଲ୍ୟ ୧୦ ଲକ୍ଷ  ଟଙ୍କା ହୋଇଥିବା ଜଣାପଡିଛି । ଏହାସହ ଗାଡି ଚୋରି କରିଥିବା ଦୁର୍ବୁତ୍ତ ଜଣକ ବିରମିତ୍ରପୁର ଅଞ୍ଚଳର ଫାକେଡେ ଓରାମ ବୋଲି  ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.