Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କଲିକତାକୁ ଚୋରା ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଔଷଧୀୟ ଚେର, ଧରିଲା ବନବିଭାଗ

12/10/2020 at 11:22 AM

ଢେଙ୍କାନାଳ ୧୨।୧୦:  ଔଷଧୀୟ ଚେର ଚୋରାଚାଲାଣ ବେଳେ ଧରିଲା ବନବିଭାଗ । କୋଲାକାତାକୁ ଚାଲାଣ ହେଉଥିବା ବେଳେ ଧରିଛି ବନବିଭାଗ । ଢେଙ୍କାନାଳ ଜିଲ୍ଲା ବାସୋଇ ନିକଟରୁ ଧରାପଡିଛି ।

ଖବର ଅନୁଯାୟୀ, ଔଷଧୀୟ ଚେର ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା । ରାତିରେ ଏକ ଟାଟାଏସି ଗାଡି ଯୋଗେ ଔଷଧୀୟ ଚେର ଗୁଡିକ କଲିକତା ଚାଲାଣ ହେଉଥିଲା । ଏହି ସମୟରେ ବନ ବିଭାଗର ଏକ ଟିମ ଖବର ପାଇ ଚଢ଼ାଉ କରିଥିଲା। ଚେରକୁ କଲିକତାକୁ ଚାଲାଣ କରୁଥିବା ଜଣାପଡିଛି। ଏହାର ଖବର ପାଇ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନର ବସୋଇ ନିକଟରେ ଲକ୍ଷାଧିକ ଟଙ୍କାର ଔଷଧୀୟ ଚେର ଜବତ କରିଛି ବନବିଭାଗ । ଗାଡି ସହ ତିନିଜଣକୁ ମଧ୍ୟ ଗିରଫ କରିଛି ବନବିଭାଗ l  ଦିର୍ଘଦିନ ହେବ ଏପରି ବେଆଇନ ଭାବେ ଚୋରା ଚାଲାଣ ହେଉଥିଲା। ତେବେ ଆଜି ତାଙ୍କର କୋଭିଡ ଟେଷ୍ଟ ପରେ କୋର୍ଟ ଚାଲଣ କରାଯିବ ବୋଲି ସୂଚନା ଦେଇଛି ବନବିଭାଗ।

   Related Posts