ଚୋରା ପାଲିମର ଟ୍ରକକୁ ଜବତ କଲା ଆଠମଲ୍ଲିକ ପୋଲିସ
15/01/2020 at 4:34 PM

ଅନୁଗୁଳ ୧୫/୧: ଆଠମଲ୍ଲିକରେ ଜବତ କରାଗଲା ଚୋରା ପାଲିମର ବୋଝେଇ ଟ୍ରକ । ଚଣ୍ଡିଗଡ଼ ଅଞ୍ଚଳର 0D05AA 8472 ନମ୍ବର ଏକ ଟ୍ରକକୁ ବୌଦ୍ଧ ଅଞ୍ଚଳର ଜଣେ ଡ୍ରାଇଭର ଟ୍ରକ ଚୋରି କରି ନେଇ ଯାଉଥିବା ଖବର ଆଠମଲ୍ଲିକ ପୋଲିସକୁ ଖବର ମିଳିବାରୁ ପୋଲିସ ଆଜି ସକାଳୁ ଥାନା ନିକଟରେ ଜଗି ଥିଲେ । ମାତ୍ର ଗାଡି ଡ୍ରାଇଭର ଚତୁରତାର ସହିତ ଟ୍ରକର ଶେଷ ନମ୍ବର 2 ଜାଗାରେ 8 ଲେଖି ପୋଲିସ କବଳରୁ ଖସି ଯାଉଥିବା ସମୟରେ ତାକୁ ଦେଉଳଝରି ନିକଟରେ ଧରିବାକୁ ସକ୍ଷମ ହେଇଥିଲା ପୋଲିସ ।

ସୂଚନା ମୁତାବକ ଟ୍ରକଟି ଚଣ୍ଡିଖୋଲରୁ ପାଲିମର ଦେଇ କୋଲକାତାର ପୁରଲିଆ ଯିବାର ଥିଲା । ମାତ୍ର ଟ୍ରକର ପ୍ରକୃତ ଡ୍ରାଇଭରଠାରୁ ଟ୍ରକ ଲୁଟି ଯାଉଥିବାର ଖବର ପାଇବାରୁ ଆଠମଲ୍ଲିକ ପୋଲିସ ତାକୁ ଅଟକ ରଖିଛି ।

Related Posts
ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
8 March 2021
ଜଙ୍ଗଲରେ ନିଆଁ ପାଇଁ ଅକଳରେ ବନବିଭାଗ, ଡକାଗଲା ଜରୁରୀ ବୈଠକ
8 March 2021