ଟ୍ରକ୍‌କୁ ପିଟିଲା ସ୍କୁଟି, ମହିଳା ଗୁରୁତର

Published By : Prameya-News7 Bureau | May 17, 2021 IST

ଚୌଦ୍ୱାର, ୧୭/୦୫: ଟ୍ରକକୁ ପଛରୁ ପିଟିଲା ସ୍କୁଟି । ମହିଳା ଗୁରୁତର । ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ଚୌଦ୍ୱାର ମଙ୍ଗୁଳି ଛକରେ ।  ୧୬ ନଂ ଜାତୀୟ ରାଜପଥ ମଙ୍ଗୁଳିଠାରେ ଥିବା  ହନୁମାନ ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ମହିଳାଜଣଙ୍କ କଟକରୁ ଯାଜପୁର ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।ତାଙ୍କ ଅବସ୍ଥା ଗୁରୁତର ରହିଛି । ଚାଙ୍କୁ  ଟାଙ୍ଗୀ ପୋଲିସ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାକୁ ପଠାଇଛି ।

ଏହାସହ ଘଟଣା ସ୍ଥଳରୁ ପୋଲିସ ସ୍କୁଟିକୁ ଜବତ କରିଥିବା ବେଳେ ଟ୍ରକଟି ଘଟଣା ସ୍ଥଳରୁ ଖସି ପଳାଇଛି । ତେବେ ବେଆଇନ ଭାବେ ରାସ୍ତା ଉପରେ ପାର୍କିଂ କରିଥିବା ଟ୍ରକ ପଛପଟେ ସ୍କୁଟିଟି ଧକ୍କା ହୋଇଥିଲା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.