Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ରହ୍ମପୁରରେ ଟ୍ରକ ସ୍କୁଟି ମୁହାଁମୁହିଁ ଧକ୍କା ; ସ୍କୁଟି ଚାଳକଙ୍କ ମୃତ୍ୟୁ

8/09/2018 at 3:15 PM

ବ୍ରହ୍ମପୁର ୮/୯ : ବ୍ରହ୍ମପୁର ବିଏନପୁର ଥାନା ଅନ୍ତର୍ଗତ ଲାଂଜିପଲ୍ଲୀ ଜାତୀୟ ରାଜପଥରେ ମର୍ମନ୍ଦୁତ ସଡକ ଦୁର୍ଘଟଣା ଘଟିଛି | ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି | ମୃତ ବ୍ୟକ୍ତି ଜଣକଙ୍କ ପରିଚୟ ମିଳିପାରିନାହିଁ | ଖବର ପାଇ ବିଏନପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |
ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରକୁ ପ୍ରବେଶ କରିବା ନିମନ୍ତେ ସଂଯୋଗ କରୁଥିବା ଚାରି ଚକିଆ ଜାତୀୟ ରାଜପଥରେ କୌଣସି ଟ୍ରାଫିକ ବ୍ୟବସ୍ଥା ନଥିବା ବେଳେ ବାରମ୍ବାର ଦୁର୍ଘଟଣା ଯୋଗୁଁ ଅକାଳରେ ଲୋକଙ୍କ ମୃତ୍ୟୁ ହୋଉଥିବା ଦେଖିବାକୁ ମିଳୁଛି | ଯାହାକୁ ଦୃଷ୍ଟିରେ ରଖି ନିକଟରେ କିଛି ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି | ହେଲେ ଅନେକ ସମୟରେ ସେଠାରେ ହେଲମେଟ ଚେକିଂ କରାଯାଉଥିବା ବେଳେ ଲୋକେ ଭୟଭୀତ ହୋଇ ଗାଡି ମୁହଁରେ ପଡିଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି | ତେବେ ଜାତୀୟ ରାଜପଥର ଚାରିଛକରେ ଟ୍ରାଫିକ ବ୍ୟବସ୍ଥା କରିବା ସହ ଓଭର ବ୍ରିଜ ନିର୍ମାଣ ଲାଗି ଦାବି ହୋଇଛି |

   Related Posts