ରାସ୍ତାରେ ହୁହୁ ହୋଇ ଜଳିଗଲା ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ

Published By : Prameya-News7 Bureau | December 21, 2020 IST

ଲକ୍ଷ୍ନୌ,୨୧/୧୨: ଉତ୍ତର ପ୍ରଦେଶର ବାରଣାସୀରେ ଏକ ଟ୍ରକରେ ନିଆଁ ଲାଗିଯିବାରୁ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ରାସ୍ତା କଡରେ ଛିଡା ହୋଇଥିବା ବେଳେ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ଭୟର ବାତାବରଣ ଖେଳିଯାଇଥିଲା । ଏପରିକି କିଛି ସମୟ ପାଇଁ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା ।

ସୂଚନାନୁସାରେ, ବାରଣାସୀର ମଣ୍ଡୁବାଡିହ ଥାନା ଅଞ୍ଚଳର ଲହରତାରାରେ ଏହି ଅଘଟଣ ଘଟିଛି । ଏଠାରେ ଥିବା ଏକ ପେଟ୍ରୋଲ ଟାଙ୍କି ନିକଟରେ ଥିବା ଟ୍ରକରେ ରବିବାର ବିଳମ୍ବିତ ରାତ୍ରରେ ନିଆଁ ଲାଗିଯାଇଥିଲା । ନିମିଷକ ମଧ୍ୟରେ ନିଆଁରେ ଟ୍ରକଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା । ଏପରିକି ନିଆଁ ପିଣ୍ଡୁଳା ପାଲଟିଯାଇଥିଲା ଟ୍ରକ୍ ।

ସବୁଠାରୁ ବଡ କଥା ହେଉଛି ଯେ, ଡ୍ରାଇଭରଜଣଙ୍କ ଟ୍ରକରେ ଫସି ଯାଇଥିଲେ । ସେ ଟ୍ରକରେ ଖାଉଥିବା ବେଳେ ନିଆଁ ଲାଗିଯାଇଥିଲା । ଏପରିକି ସେ ଟ୍ରକରୁ ବାହାରି ପାରିନଥିଲେ ।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ଡ୍ରାଇଭରଙ୍କୁ ବଞ୍ଚାଇପାରିନଥିଲେ । ପ୍ରାଣ ହରାଇଥିବା ଡ୍ରାଇଭର ଫତେହପୁରରେ ହୋଇଥିବା ସୂଚନା ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.