Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଟ୍ରକ୍ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ

18/06/2021 at 10:34 AM

କେନ୍ଦୁଝର ୧୮।୬: କେନ୍ଦୁଝରରେ ପାରିବାରିକ କଳହର କରୁଣ ପରିଣତି । ବେକରେ ଲୁଙ୍ଗି ଲଗାଇ ଟ୍ରକ୍ ମାଲିକ ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତ ଟ୍ରକ୍ ମାଲିକ ହେଉଛନ୍ତି ଝୁମ୍ପୁରା ଦ୍ଭାଲୁକା ଗାଁର ନରେନ୍ଦ୍ର ବାରିକ ।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ କୌଣସି କାରଣକୁ ନେଇ ନରେନ୍ଦ୍ରଙ୍କ ପରିବାରରେ କଳହ ହୋଇଥିଲା । ଏହାପରେ ନରେନ୍ଦ୍ର ରାତି ପ୍ରାୟ ୧୦ଟା ସମୟରେ ଘରୁ ବାହାରି ଆସିଥିଲେ । ତାପର ଦିନ ସକାଳୁ ଝୁମ୍ପୁରା ତହସିଲ ଅଫିସ ପଛପଟେ ଥିବା ଏକ ଆମ୍ବ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବେକରେ ଲୁଙ୍ଗି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ସକାଳୁ ଝୁମ୍ପୁରା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆତ୍ମହତ୍ୟାର କାରଣ ଖୋଜୁଛି ।

   Related Posts