ଓଏମସି ଖଣିରେ ଲୋଡର ଧକ୍କାରେ ଟ୍ରକ୍ ମାଲିକ ମୃତ
16/07/2019 at 10:35 AM

କେନ୍ଦୁଝର ୧୬|୭: କେନ୍ଦୁଝର ସୁଆକାଟି ସ୍ଥିତ ଓଏମସି ଖଣିରେ ଲୋଡର ଧକ୍କାରେ ଟ୍ରକ୍ ମାଲିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବେଳବାହାଳି ଅଞ୍ଚଳର ସନାତନ ସାହୁ ।
ସୂଚନାଯୋଗ୍ୟ ଯେ, ଓଏମସିର ୫ନମ୍ବର କଣ୍ଟାକୁ ଟ୍ରକକୁ ଲୋଡ ପାଇଁ ଯାଉଥିଲେ ସନାତନ । ଯାଉଥିବା ସମୟରେ ରୋଡ୍ ଜାମ୍ ଥିବାରୁ ଟ୍ରକରୁ ତଳକୁ ଓହ୍ଲାଇଥିଲେ । ଟ୍ରକରୁ ତଳକୁ ଓହ୍ଲାଇ ରାସ୍ତାରେ ଛିଡା ହେବା ସମୟରେ ସେହି ରାସ୍ତାରେ ଯାଉଥିବା ଏକ ଲୋଡର ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ସନାତନଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କ ମୃତଦେହ ଜବତ କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଲୋଡର ଡ୍ରାଇଭର ଓ ଗାଡିକୁ ଅଟକ ରଖି ଶୁଆକାଠି ପୋଲିସ ତଦନ୍ତ ଆରମ୍ଭ କରିଛି ।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021