ଟ୍ରକ ମାଲିକ ସଂଘମାନଙ୍କର ଧାରଣା, ଦାବି ପୂରଣ ନହେବା ଯାଏଁ ଜାରି ରହିବ ଆନ୍ଦୋଳନ

Published By : Prameya-News7 Bureau | October 02, 2021 IST

ବଡ଼ବିଲ ୦୨।୧୦ :  ଟ୍ରକ ମାଲିକଙ୍କ ଧାରଣା । ବିଭିନ୍ନ ଦାବି ନେଇ ଟ୍ରକ ମାଲିକଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଏହିପରି ଜାରି ରହିବ ବୋଲି ଚେତାଇ ଦେଇଛି ଯୋଡ଼ାର ମାଇନିଂ ଏରିଆ ଟ୍ରକ୍ ଓନର୍ସ ଆସୋସିଏସନ ।

{"id":521019,"sizeSlug":"full","linkDestination":"none"}

ଖବର ଅନୁଯାୟୀ, କେନ୍ଦୁଝର ଜିଲା, ଯୋଡ଼ା ଖଣିମଣ୍ଡଳରେ ଥିବା ଜଜାଙ୍ଗ ଖଣି ସମ୍ମୁଖରେ ବିଭିନ୍ନ ଦାବି ନେଇ ଯୋଡ଼ା ମାଇନିଙ୍ଗ ଏରିଆ ଟ୍ରକ୍‌ ଓନର ଅସୋସିଏସନ ପକ୍ଷରୁ ଧାରଣା ପ୍ରଦର୍ଶନ ଜାରି ରହିଛି । ପୂର୍ବ ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ପରିବହନ ମୂଲ୍ୟ ପ୍ରଦାନ, ସଂଘ କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଗୁଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ବଡ଼ବିଲ ଏସ୍‌ଡିପିଓ ହିମାଂଶୁ ଭୂଷଣ ବେହେରାଙ୍କ ତୁରନ୍ତ ବଦଳି, ବାହାର ରାଜ୍ୟର ଗାଡି ଦ୍ୱାରା ଖଣିଜ ପରିବହନ ବନ୍ଦ ଇତ୍ୟାଦି ଦାବିକୁ ନେଇ ବୁଧବାର ଠାରୁ ଟ୍ରକ୍ ମାଲିକ, ଡ୍ରାଇଭର, ହେଲ୍ପର ତଥା ସେମାନଙ୍କ ପରିବାରବର୍ଗ ଜଳାଙ୍ଗ ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଏହିପରି ଜାରି ରହିବ ବୋଲି ଚେତାଇ ଦେଇଛି ଯୋଡ଼ାର ମାଇନିଂ ଏରିଆ ଟ୍ରକ୍ ଓନର୍ସ ଆସୋସିଏସନ ।

{"id":521020,"sizeSlug":"full","linkDestination":"none"}

ଜଜାଙ୍ଗ ଖଣିରୁ ଖଣିଜ ପରିବହନ ଦର ହଠାତ୍ କମାଇ ଦିଆଆଯିବା  ପରେ ଗତ ମାସ ୧୯ ତାରିଖରୁ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଖଣି ଗେଟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ ଚାଲିଥିବା । ତେବେ ୨୦ ତାରିଖରେ ଧାରଣାରତ ଟ୍ରକ୍ ମାଲିକଙ୍କ ଉପରେ ଅତର୍କୀତ ଆକ୍ରମଣ ହୋଇଥିଲା । ଏଥିରେ ଜଣେ ଟ୍ରକ୍ ମାଲିକ ସତ୍ୟାନନ୍ଦ କାରୁଆ ଗୁରୁତର ଆହତ ହୋଇଥିଲେ ।

{"id":521021,"sizeSlug":"full","linkDestination":"none"}

ତେବେ ଏହି ଆକ୍ରମଣ  ବିଧାୟିକାଙ୍କ ଇଙ୍ଗିତରେ କରାଯାଇଥିବା ନେଇ ବାମେବାରୀ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପରବର୍ତ୍ତୀ ସମୟରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବଡ଼ବିଲ ଏସଡିପିଓଙ୍କ ବଦଳି ଦାବି କରିଥିଲେ ଟ୍ରକ୍ ମାଲିକ । ସେପଟେ ବିଧାୟିକା ମିନାକ୍ଷୀ ମହାନ୍ତ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ପୋଲିସ୍ ପ୍ରଶାସନ,  ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ  ପୂର୍ବ ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ପରିବହନ ମୂଲ୍ୟ ପ୍ରଦାନ, କରିବାକୁ ସଂଘ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.