ଟ୍ରକ୍ ଧକ୍କାରେ ଆଈ ଓ ନାତୁଣୀ ମୃତ, ଜଣେ ଗୁରୁତର

Published By : Prameya-News7 Bureau | August 13, 2018 IST

ଦେବଗଡ ୧୩/୮ : ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥର ପଳସାକୁଦର ନିକଟରେ ଦୁର୍ଘଟଣା ହୋଇଛି । ଟ୍ରକ୍ ଧକ୍କାରେ ଆଈ ଓ ନାତୁଣୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ନାତୁଣୀ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ନିରୁପମା ପାତ୍ର ଓ ତାଙ୍କ ନାତୁଣୀ ରୁବି ପାତ୍ର । ଗୁରୁତର ଛବି ପାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାତୀୟ ରାଜପଥ କଡରେ ଥିବା ଦୋକାନରୁ ବିସ୍କୁଟ କିଣି ଫେରୁଥିବା ବେଳେ ଟ୍ରକଟି ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.